Categories: ବାଣିଜ୍ୟ

୯.୫ ଲକ୍ଷ କୋଟି ବଜାର ପୁଞ୍ଜୀକରଣ ହାସଲ କଲା ରିଲାଏନ୍ସ

ନୂଆଦିଲ୍ଲୀ,୨୦-୧୧: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ(ଆର୍‌ଆଇଏଲ୍‌) ଦେଶର ପ୍ରଥମ କମ୍ପାନୀ ହିସାବରେ ୯.୫୦ ଲକ୍ଷ କୋଟି ଟଙ୍କାର ବଜାର ପୁଞ୍ଜୀକରଣ ହାସଲ କରିବାକୁ ସକ୍ଷମ ହୋଇଛି। କମ୍ପାନୀର ମଙ୍ଗଳବାର ପୁଞ୍ଜୀବଜାରରେ କମ୍ପାନୀର ଷ୍ଟକ ଇଣ୍ଟ୍ରା ଡେ କାରବାର ସମୟରେ ୩% ବଢି ୧୫୦୮.୪୫ ଟଙ୍କା ରହିଥିଲା। ଅକ୍ଟୋବର ୩୧ରେ କମ୍ପାନୀର ଷ୍ଟକ ୧୪୯୦ ଟଙ୍କା ରହିଥିଲା। ୨୦୧୯ କ୍ୟାଲେଣ୍ଡର ବର୍ଷରେ ରିଲାଏନ୍ସର ଷ୍ଟକ ୩୪% ବଢିଛି। ଏହି ସମୟରେ କମ୍ପାନୀର ବଜାର ପୁଞ୍ଜୀକରଣ ୨.୩ ଲକ୍ଷ କୋଟି ଟଙ୍କା ବଢିଛି।

Share