ରାଜ୍ୟରେ ଆଉ ୯ ମୁଣ୍ଡ ନେଲା କରୋନା: ପ୍ରଥମ ଥର ପାଇଁ ଛୁଇଁଲା ଏହି ଜିଲାକୁ

ଭୁବନେଶ୍ୱର, ୫।୮(ବ୍ୟୁରୋ): ରାଜ୍ୟରେ ବୁଧବାର କରୋନାରେ ଆଉ ୯ ଜଣଙ୍କ ମୃତ୍ୟୁ ଘଟିଛି। ଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୨୫କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।
ତେବେ ୯ ମୃତକଙ୍କ ମଧ୍ୟରୁ ଗଞ୍ଜାମ ଜିଲାରୁ ୫ଜଣ ରହିଥିବା ବେଳେ ଗଜପତି, କେନ୍ଦୁଝର, ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଜିଲାରୁ ଜଣେ ଲେଖାଏ ରହିଛନ୍ତି। ତେବେ କେନ୍ଦୁଝର ଜିଲାରେ ପ୍ରଥମ କରୋନା ମୃତ୍ୟୁ ହୋଇଛି। ଗଞ୍ଜାମ ଜିଲାରେ ଏହି ସଂଖ୍ୟା ୧୧୭ରେ ପହଞ୍ଚିଛି। ଏହାବ୍ୟତିତ ଗଜପତିରେ ୧୪, ଖୋର୍ଦ୍ଧାରେ ୩୧, ସୁନ୍ଦରଗଡ଼ରେ ୧୧ରେ ପହଞ୍ଚିଛି ମୃତ୍ୟୁ ସଂଖ୍ୟା।

Share