ୱାର୍ଡମେମ୍ବରଙ୍କୁ ମାଓବାଦୀଙ୍କ ନଁ।ରେ ଧମକପୂର୍ଣ୍ଣ ଚିଠି

ଦାରିଙ୍ଗବାଡ଼ି,୨୯।୧୦(ଡି.ଏନ.ଏ)-ଦାରିଙ୍ଗବାଡ଼ି ବ୍ଲକ ତିଲୋରୀ ପଞ୍ଚାୟତ ଗ୍ଳୁଡା ଗ୍ରାମର ୯ ନଂ. ୱାର୍ଡମେମ୍ବର ବୁଗିରା ପ୍ରଧାନଙ୍କୁ ମାଓବାଦୀଙ୍କ ନଁ।ରେ ଧମକ ପୂର୍ଣ୍ଣ ଚିଠି ମିଳିଛି। ଗତ ୧୭ ତାରିଖ ସକାଳୁ ଘର ଆଗରେ ଚିଠି ପଡିଥିବା ଦେଖି ଭୟରେ ଗାଁ ଲୋକଙ୍କୁ ବୁଗିରା ଜଣାଇଥିଲେ। ହେଲେ ଥାନାରେ ଅଭିଯୋଗ କରିନାହାନ୍ତି। ତାଙ୍କ କହିବା ପ୍ରକାରେ, ଏହା ନକଲି ମାଓବାଦୀଙ୍କ କାର୍ଯ୍ୟ। କାହାର କ୍ଷତି କରି ନ ଥିବା ସେ କହିଛନ୍ତି। ଚିଠି ସମ୍ପର୍କରେ ଗ୍ରାମବାସୀଙ୍କୁ ଜଣାଇବା ପରେ ଗଁାରେ ବୈଠକ ବସିଥିଲା। ଏହା କୌଣସି ଖଳ ପ୍ରକୃତିର ବ୍ୟକ୍ତିଙ୍କ କାର୍ଯ୍ୟ ବୋଲି ଆଲୋଚନା ହୋଇଥିବା ବୁଗିରା କହିଥିଲେ। ଉକ୍ତ ଚିଠି ବିଭିନ୍ନ ରଙ୍ଗରେ ଲେଖାଯାଇଥିବା ବେଳେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ସିପିଆଇ (ମାଓବାଦୀ) ବୋଲି ଉଲ୍ଲେଖ ରହିଛି। ସେଥିରେ ବୁଗିରାଙ୍କ ଉଦ୍ଦେଶ୍ୟରେ ଲେଖାଯାଇଛି ଯେ, ତୁମେ ପଦବୀରେ ରହିଥିବା ସମୟରେ ବହୁତ ଦୁର୍ନୀତି ହେଉଛି। ତୁମ ବିରୋଧରେ ଜନ ବିରୋଧୀ ବୃଦ୍ଧି ପାଇଛି। ଯଦି ପଦବୀରେ ଥାଇ ଲୋକଙ୍କୁ ନ୍ୟାୟ ପ୍ରଦାନ କରିପାରୁନାହଁ ତେବେ ତୁମ ଜୀବନ ପ୍ରତି ବିପଦ ରହିଛି ବୋଲି ପରୋକ୍ଷରେ ହତ୍ୟା ଧମକ ଦିଆଯାଇଛି।

Share