ୱାର୍ଡସଭ୍ୟଙ୍କୁ ଛୁରାମାଡ: ଅଭିଯୁକ୍ତ ଫେରାର

ଦିଗପହଣ୍ଡି,୧ା୧୧(ଡି.ଏନ୍‌.ଏ.)- ଦିଗପହଣ୍ଡି ବ୍ଲକ କରପଡା ପଞ୍ଚାୟତ ଦେଓଖାଳି ଗ୍ରାମର ୱାର୍ଡସଭ୍ୟ ଗଣପତି ପାତ୍ରଙ୍କୁ ଶୁକ୍ରବାର ରାତିରେ ଛୁରାମାଡ ହୋଇଛି। ରାତି ପ୍ରାୟ ସାଢେ ୯ ଟାରେ ଗଣପତି ଘରକୁ ଫେରୁଥିବାବେଳେ ଗଁାଛକ ନିକଟରେ ତାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କେତେକ ଦୁର୍ବୃତ୍ତ ଆକ୍ରମଣ କରିଥିଲେ। ରାଜନୈତିକ ଓ ପୂର୍ବ ଶତ୍ରୁତାରୁ ଏହି ଆକ୍ରମଣ କରାଯାଇଥିବା ପରିବାର ଲୋକେ କହିଛନ୍ତି। ତାଙ୍କୁ ପ୍ରଥମେ ବୋମକେଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ବଡଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଅଭୁଯୁକ୍ତମାନେ ଫେରାର ଥିବାବେଳେ କେ. ନୂଆଗଁା ପୋଲିସ ଘଟଣା ସ୍ଥଳରେ ପହଞ୍ଚତ୍ ତଦନ୍ତ ଚଳାଇଛି।

Share