ଚୌଦ୍ୱାର ପୌରାଞ୍ଚଳର ସମସ୍ତ ନମୁନା ନେଗେଟିଭ୍‌

ଚୌଦ୍ୱାର,୧୧ା୭(ଡି.ଏନ୍‌.ଏ.): ଚୌଦ୍ୱାର ପୌର ଅଧିବାସୀଙ୍କ ପାଇଁ ଆଶ୍ୱସ୍ତି ଖବର ଆସିଛି। ଗତ ୮ ତାରିଖରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପୌରପାଳିକାର ସଙ୍ଗରୋଧ କେନ୍ଦ୍ର ଓ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଥିବା ୧୮ ଜଣଙ୍କ ନମୁନା ପରୀକ୍ଷା ପାଇଁ ନିଆଯାଇଥିଲା। ଶନିବାର ସମସ୍ତ ନମୁନା ନେଗେଟିଭ ଆସିଥିବା ପୌର ନିର୍ବାହୀ ଅଧିକାରୀ ପବିତ୍ର ବେହେରା ସୂଚନା ଦେଇଛନ୍ତି। ଚୌଦ୍ୱାରରେ କରୋନା ମୁକାବିଲା ପାଇଁ ଜିଲା ପ୍ରଶାସନଠାରୁ ଆରମ୍ଭ କରି ସ୍ଥାନୀୟ ପୌର ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। କୌଣସି ଅପପ୍ରଚାର ଓ ଗୁଜବକୁ ବିଶ୍ୱାସ ନ କରି ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ବିଭିନ୍ନ ନିୟମକୁ ମାନି ଚଳିବା ପାଇଁ ପୌରନିର୍ବାହୀ ଅଧିକାରୀ ଅଞ୍ଚଳବାସୀଙ୍କୁ ଅନୁରୋଧ କରିଛନ୍ତି।

Share