Categories: ବାଣିଜ୍ୟ

୧୦ ଷ୍ଟାର୍ଟଅପ୍‌କୁ ୧.୨୮ କୋଟିର ଅନୁଦାନ

ଭୁବନେଶ୍ୱର,୮।୯:ରାଜ୍ୟର ପ୍ରମୁଖ ୧୦ ଉଚ୍ଚ-ସମ୍ଭାବ୍ୟ ଷ୍ଟାର୍ଟଅପ୍‌ ସଂସ୍ଥା ପାଇଁ ଓଡ଼ିଶା ସରକାର ନିକଟରେ ୧.୨୮(୧,୨୮,୨୬,୦୦୦) କୋଟି ଟଙ୍କାର ଅନୁଦାନ ରାଶି ଅନୁମୋଦନ କରିଛନ୍ତି। ଏହି ଅନୁଦାନ ରାଜ୍ୟର ନବସୃଜନ ଏବଂ ଉଦ୍ୟୋଗକୁ ବଢାଇବା ସହିତ ଏଗ୍ରି-ଟେକ୍‌, ଖାଦ୍ୟ ଏବଂ ପାନୀୟ, ଏଚ୍‌ଆର୍‌-ଟେକ୍‌, ଏଣ୍ଟରପ୍ରାଇଜ୍‌ ଟେକ୍ନୋଲୋଜି, ଖୁଚୁରା, ଶିକ୍ଷା ଏବଂ ଲଜିଷ୍ଟିକ୍ସ ଭଳି କ୍ଷେତ୍ରରେ ଷ୍ଟାର୍ଟଅପ୍‌ ବୃଦ୍ଧିରେ ସହାୟତା କରିବାକୁ ଲକ୍ଷ୍ୟ ରଖାଯାଇଛି। ଅପରପକ୍ଷରେ ଷ୍ଟାର୍ଟଅପ୍‌ ଓଡ଼ିଶାର ୨ୟ ବୋର୍ଡ ବୈଠକରେ ଏହି ଅନୁଦାନକୁ ଏମ୍‌ଏସ୍‌ଏମ୍‌ଇ ବିଭାଗ ଦ୍ୱାରା ସମର୍ଥତ୍ତ ପଦକ୍ଷେପ ଅନୁମୋଦନ କରାଯାଇଥିଲା। ସେହିଭଳି ଷ୍ଟାର୍ଟଅପ୍‌ ଓଡ଼ିଶାର କାର୍ଯ୍ୟନିର୍ବାହୀ ଚେୟାରମ୍ୟାନ୍‌ ଡ. ଓମ୍‌କାର ରାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବୈଠକରେ ମୁଖ୍ୟ ଶାସନ ସଚିବ, ଏମ୍‌ଏସ୍‌ଏମ୍‌ଇ ବିଭାଗ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଏପରିକି ମନୋନୀତ ୧୦ ଷ୍ଟାର୍ଟଅପ୍‌ ସେମାନଙ୍କର ଅଗ୍ରଗତି ଏବଂ ହାସଲ ହୋଇଥିବା ମାଇଲଖୁଣ୍ଟ ଉପରେ ଉକ୍ତ ଅନୁଦାନ ଗ୍ରହଣ କରିବେ। ଏହି ଅନୁଦାନ ଷ୍ଟାର୍ଟଅପ୍‌ ଗବେଷଣା ଏବଂ ବିକାଶ କାର୍ଯ୍ୟକଳାପ, ଉତ୍ପାଦ ବିକାଶ ଏବଂ ମାର୍କେଟିଂ କାର୍ଯ୍ୟକଳାପ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ଷମ ଖର୍ଚ୍ଚକୁ ସମର୍ଥନ କରିବା ପାଇଁ ବ୍ୟବହୃତ ହେବ। ଏ ସମ୍ପର୍କରେ ଷ୍ଟାର୍ଟଅପ୍‌ ଓଡ଼ିଶାର କାର୍ଯ୍ୟନିର୍ବାହୀ ଚେୟାରମ୍ୟାନ୍‌ ରାୟ କହିଛନ୍ତି, ଆମେ ଏହି ମହତ୍ତ୍ୱପୂର୍ଣ୍ଣ ଅନୁଦାନ ଘୋଷଣାକରି ବେଶ୍‌ ଉତ୍ସାହିତ ଅଛୁ। ବିଶେଷକରି ରାଜ୍ୟର ଷ୍ଟାର୍ଟଅପ୍‌ କ୍ଷେତ୍ରରେ ଏହି ବିନିଯୋଗଗୁଡିକ ଏକ ସମୃଦ୍ଧ ଇକୋସିଷ୍ଟମ୍‌ ସୃଷ୍ଟି କରିବା ସହ ନୂତନତ୍ୱକୁ ପ୍ରୋତ୍ସାହିତ କରିବା ଏବଂ ଉଦ୍ୟୋଗୀ ମନୋଭାବ ପୋଷଣ କରିବାରେ ସହାୟକ ହେବ ବୋଲି ସେ ମତପ୍ରକାଶ କରିଛନ୍ତି।

Share