Categories: ଜାତୀୟ

ତଟରକ୍ଷୀ ବାହିନୀରେ ସାମିଲ୍‌ ହେଲା କନକଲତା ବରୁଆ

କୋଲକାତା, ୩୦।୯: ଭାରତୀୟ ତଟରକ୍ଷୀ ବାହିନୀରେ କନକଲତା ବରୁଆ ଜାହାଜ ସାମିଲ୍‌ ହୋଇଛି। ବୁଧବାର ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ କୋଲକାତାରେ ଏହାକୁ ସାମିଲ୍‌ କରାଯାଇଛି। ଏହାକୁ ଗାର୍ଡେନ୍‌ ରିଚ୍‌ ଶିପ୍‌ବିଲ୍ଡର ଆଣ୍ଡ ଇଞ୍ଜିନିୟରର୍ସ ଲିମିଟେଡ୍‌ ପକ୍ଷରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମାଣ କରାଯାଇଛି। ଏହା ଦ୍ରୁତ ବେଗରେ ପାଟ୍ରୋଲିଂ କରିବାକୁ ସକ୍ଷମ। ପ୍ରତିରକ୍ଷା ମନ୍ତ୍ରଣାଳୟ ଅତିରିକ୍ତ ସଚିବ ଜିଓ୍ବେଶ୍‌ ନନ୍ଦନ ଏହାକୁ ତଟରକ୍ଷୀ ବାହିନୀରେ ସାମିଲ୍‌ କରାଇଛନ୍ତି। ଏହାର ଲମ୍ବ ୪୯ ମିଟର ଥିବାବେଳେ ଓଜନ ୩୧୦ ଟନ୍‌ ରହିଛି। ଏହା ସର୍ବାଧିକ ୩୫ ନଟ୍ସ୍‌ ବେଗରେ ଗତି କରିବାକୁ ସକ୍ଷମ।

Share