Categories: ଜାତୀୟ

ଦରଦାମ ବୃଦ୍ଧି ଆକାଶଛୁଆଁ, ମୋଦିଙ୍କ ଭାବମୂର୍ତ୍ତି ବଞ୍ଚାଇବା-ପୁଞ୍ଜିପତିଙ୍କୁ ଉପକୃତ କରିବା ପାଲଟିଛି ସରକାରଙ୍କ ମୁଖ୍ୟ ଲକ୍ଷ୍ୟ: କଂଗ୍ରେସ…

ନୂଆଦିଲ୍ଲୀ,୨୨।୮ : ଦେଶରେ ଅତ୍ୟାବଶ୍ୟକ ଦ୍ରବ୍ୟର ଆକାଶଛୁଆଁ ମୂଲ୍ୟ ନେଇ କଂଗ୍ରେସ ମଙ୍ଗଳବାର କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛି। କଂଗ୍ରେସ ଅଭିଯୋଗ କରିଛି ସରକାରଙ୍କ ସମ୍ପୂର୍ଣ୍ଣ ଧ୍ୟାନ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାବମୂର୍ତ୍ତିକୁ ବଞ୍ଚାଇବା ଏବଂ ଏହାର ପୁଞ୍ଜିପତି ବନ୍ଧୁମାନଙ୍କୁ ଉପକୃତ କରିବା।

କଂଗ୍ରେସ ମହାସଚିବ ତଥା ରାଜ୍ୟସଭା ଏମପି ଜୟରାମ ରମେଶ କହିଛନ୍ତି ମୋଦି ସରକାରଙ୍କ ଲୋକ ବିରୋଧୀ ନୀତି ଯୋଗୁଁ ମୁଦ୍ରାସ୍ଫୀତି ବୃଦ୍ଧି ପାଉଛି। ସେ ଏକ୍ସ (ଟୁଇଟର) ରେ ଏକ ପୋଷ୍ଟରେ ଦର୍ଶାଇଛନ୍ତି ପନିପରିବା, ଅଟା, ଚାଉଳ, ଡାଲି ସମେତ ସମସ୍ତ ଜରୁରୀ ଦ୍ରବ୍ୟର ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଦେଢ଼ମାସ ମଧ୍ୟରେଅତ୍ୟାବଶ୍ୟକ ଦ୍ରବ୍ୟ ୨୮ ପ୍ରତିଶତ ମହଙ୍ଗା ହୋଇଛି। ଦୈନିକ ରୋଷେଇ ଖର୍ଚ୍ଚ ୧୦୦ ଟଙ୍କା ବୃଦ୍ଧି ପାଇଛି।

ଗୋଟିଏ ପଟେ ମୁଦ୍ରାସ୍ଫୀତି ବୃଦ୍ଧି ପାଉଛି ଏବଂ ଅନ୍ୟପଟେ କୃଷକମାନେ ସେମାନଙ୍କ ଉତ୍ପାଦ ପାଇଁ ଉପଯୁକ୍ତ ମୂଲ୍ୟ ପାଉନାହାଁନ୍ତି। ଏମଏସପିର ପ୍ରତିଶ୍ରୁତି ଆଜି ପର୍ଯ୍ୟନ୍ତ ପୂରଣ ହୋଇ ନାହିଁ। କୃଷକମାନେ କମ ମୂଲ୍ୟରେ ଶସ୍ୟ ବିକ୍ରୟ କରିବାକୁ ବାଧ୍ୟ ହେଉଛନ୍ତି, କିନ୍ତୁ କୃଷିଜାତ ଦ୍ରବ୍ୟ ପୁଞ୍ଜିପତିଙ୍କ ଗୋଦାମରେ ପହଞ୍ଚିବା ମାତ୍ରେ ସେଗୁଡ଼ିକର ମୂଲ୍ୟ ହଠାତ ବୃଦ୍ଧି ପାଇବାରେ ଲାଗିଛି।

ପିଆଜ ଉପରେ ରପ୍ତାନି ଶୁଳ୍କ ୪୦ ପ୍ରତିଶତ ବୃଦ୍ଧି ହେତୁ ନାଶିକରେ ଏସିଆର ସବୁଠୁ ବଡ ପିଆଜ ବଜାର ବନ୍ଦ ରହିଛି। ଏହା ଦ୍ୱାରା ଜନସାଧାରଣ ଅସୁବିଧାରେ ପଡୁଛନ୍ତି।

 

Share