ବ୍ରିଟେନରେ ବୃଦ୍ଧି ପାଉଛି ଜାତିଭେଦ: ସୁନକ…

ଲଣ୍ଡନ,୨।୭ : ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ସ୍ବୀକାର କରିଛନ୍ତି ତାଙ୍କ ଦେଶରେ ଜାତିଭେଦ ବୃଦ୍ଧି ପାଉଛି ଏବଂ ସେ ମଧ୍ୟ ପିଲାଦିନରୁ ଏହାର ସମ୍ମୁଖୀନ ହୋଇଛନ୍ତି। ବାସ୍ତବରେ, ଏଶେଜ ସିରିଜ ଅଧୀନରେ ଇଂଲଣ୍ଡ ବନାମ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚ ଦେଖିବା ପାଇଁ ସୁନକ ଲର୍ଡସରେ ପହଞ୍ଚିଥିଲେ। ଏହି ସମୟରେ, ବିବିସି ସହିତ ବାର୍ତ୍ତାଳାପରେ ତାଙ୍କୁ ଜାତିଭେଦ ବିଷୟରେ ପଚରାଯାଇଥିଲା।

ଏହାର ଜବାବରେ ସୁନକ କହିଥିଲେ ମୁଁ କ୍ରିକେଟରେ ଏହା ଅନୁଭବ କରି ନାହିଁ କିନ୍ତୁ ହଁ ମୁଁ ପିଲାଦିନେ ଏହା ଅନୁଭବ କରିଛି। ଜାତିଭେଦ ଏପରି କିଛି ଯାହା ଆପଣଙ୍କୁ ଦୁଃଖ ଦିଏ ।

ସୁନାକ କହିଛନ୍ତି ମୁଁ ନିଶ୍ଚିତ ମୋ ପିଲାମାନଙ୍କୁ ଏହାର ସାମ୍ନା କରିବାକୁ ପଡିବ ନାହିଁ।

Share