Categories: ଜାତୀୟ

ଶୌର୍ଯ୍ୟ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ: ଲକ୍ଷ୍ୟଭେଦ କ୍ଷମତା ୮୦୦ କିମି

ନୂଆଦିଲ୍ଲୀ, ୩।୧୦: ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଏବେ ଲଗାତାର କ୍ଷେପଣାସ୍ତ୍ର ପରୀକ୍ଷଣରେ ସଫଳତା ହାସଲ କରିଚାଲିଛି। ଶନିବାର ଓଡ଼ିଶାର ବାଲେଶ୍ୱରସ୍ଥିତ କ୍ଷେପଣାସ୍ତ୍ର ଘାଟିରୁ ସଫଳତାର ସହିତ ୮୦୦ କିଲୋମିଟର ଲକ୍ଷ୍ୟଭେଦ କ୍ଷମତା ବିିଶିଷ୍ଟ କ୍ଷେପଣାସ୍ତ୍ର ଶୌର୍ଯ୍ୟର ପରୀକ୍ଷା ସମ୍ପନ୍ନ ହୋଇଛି। ଏହି କ୍ଷେପଣାସ୍ତ୍ର ଯୋଗୁ ଭାରତୀୟ ପ୍ରତିରକ୍ଷା ବ୍ୟବସ୍ଥା ଅଧିକ ଶକ୍ତିଶାଳୀ ହୋଇପାରିବ । ଏହାର ଲମ୍ବ ୩୩ ଫୁଟ ଥିବାବେଳେ ଏହା ୨୦୦ କିଲୋଗ୍ରାମ୍‌ ପେ ଲୋଡ୍‌ ବୋହି ନେବାକୁ ସକ୍ଷମ। ଶୌର୍ଯ୍ୟ କ୍ଷେପଣାସ୍ତ୍ର ହାଇପରସୋନିକ ବେଗରେ ଗତି କରି ଶତ୍ରୁ ଶିବିରକୁ ଧ୍ୱଂସ କରିବାକୁ ସକ୍ଷମ ହେବ ବୋଲି କୁହାଯାଉଛି। ଏଲ୍‌ଓସି ଏବଂ ଏଲ୍‌ଏସିରେ ମୁହାଁମୁହିଁ ସ୍ଥିତି ଲାଗି ରହିଥିବାବେଳେ ଭାରତ ପକ୍ଷରୁ ଏଭଳି କ୍ଷେପଣାସ୍ତ୍ର ପରୀକ୍ଷଣ ଯୋଗୁ ଉଭୟ ଚାଇନା ଏବଂ ପାକିସ୍ତାନର ଚିନ୍ତା ବଢ଼ିବାରେ ଲାଗିଛି। ଏବେ ଭାରତର ପ୍ରତିରକ୍ଷା କ୍ଷମତା ଆମେରିକା ଏବଂ ରୁଷ୍‌ର ସମକ୍ଷକ ହୋଇପାରିଛି।

 

Share