Categories: ଜାତୀୟ

ହିମାଚଳ ପ୍ରଦେଶରେ ଭୂକମ୍ପ ଝଟକା

ସିମଲା,୧୩।୫: ହିମାଚଳ ପ୍ରଦେଶର ଧର୍ମଶାଳାରେ ଶୁକ୍ରବାର ୭ଟା ୪୬ ମିନିଟରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍ରେ ଏହାର ତ୍ରୀବତା ୩.୫ ରେକର୍ଡ କରାଯାଇଛି । ଏ ନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି । ତେବେ ଭୂକମ୍ପ ଯୋଗୁ କୌଣସି କ୍ଷୟକ୍ଷତି ନେଇ ସୂଚନା ମିଳିନାହିଁ ।

Share