ଗଞ୍ଜାମ,୨୮।୩(ଡି.ଏନ୍.ଏ.): ଗଞ୍ଜାମ ସହରରେ ରବିବାର ଦୋଳଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଦୋଳଯାତ୍ରାରେ ୧୬ ଠାକୁରଙ୍କୁ ପୂଜାର୍ଚ୍ଚନା କରାଯାଇଛି । ତେବେ ଏହି ଯାତ୍ରା ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ଼ ଜମିଥିଲା । ଏହି ସମୟରେ ୯୦ ପ୍ରତିଶତ ଲୋକେ ବିନା ମାସ୍କରେ ବୁଲୁଥିବା ଦେଖିବାକୁ ମିଳିଥିଲା । ସଚେତନତା ଅଭାବ ହେଉ କିମ୍ବା ପ୍ରଶାସନର ପ୍ରଚେଷ୍ଟା ସବୁ ଏଠାରେ ଫେଲ୍ ମାରିଛି।