Categories: ଜାତୀୟ

ପରିବାର ଲୋକେ ନୃତ୍ୟ ଶିଖିବାକୁ ମନା କରିବାରୁ ଏମିତି କାଣ୍ଡ ଘଟାଇଲେ ୧୦ମ ଣ୍ରେଣୀ ଛାତ୍ରୀ

ଜୟପୁର, ୮।୧: ରାଜସ୍ଥାନର ଧୋଲପୁର ଜିଲାର ଏକ ସରକାରୀ ବିଦ୍ୟାଳୟର ୧୦ମ ଶ୍ରେଣୀ ଛାତ୍ରୀ ନିଜ ଘରେ ନୃତ୍ୟ ଅଭ୍ୟାସ କରୁଥିଲେ। ଏ ନେଇ ମା’ବାପା ତାଙ୍କୁ ଗାଳିଗୁଲଜ କରୁଥିଲେ। ଏହି କାରଣରୁ ନାବାଳିକା ଝିଅ ଘର ଛାଡି ଚାଲିଯାଇଛନ୍ତି।
ମା’ବାପା ଚାହୁଁଥିଲେ ଝିଅ ଭଲ ପାଠ ପଢ଼ି ଭଲ ମଣିଷ ହେଉ। ତେଣୁ ସେ ଝିଅକୁ ସବୁବେଳେ ପାଠ ପଢ଼ିବାକୁ କହୁଥିଲେ। ମାତ୍ର ଝିଅ ନୃତ୍ୟରେ ଅଧିକ ସମୟ ବିତାଉଥିଲେ। ଏ ନେଇ ମା’ ବାପା ତାଙ୍କୁ ଗାଳିଗୁଲଜ କରୁଥିଲେ। ମାଡ ଭୟରେ ଝିଅ କିଛି ଦିନ ପର୍ଯ୍ୟନ୍ତ ନୃତ୍ୟଠାରୁ ଦୂରେଇ ଯାଇଥିଲେ। ପରେ ରାଗରେ ସେ ୪ ଜାନୁୟାରୀ, ୨୦୨୧ରେ ନିଜ ଘର ଛାଡି ମାମୁ ଘରକୁ ପଳାଇଲେ। ସେଠାରେ ମାଇଁକୁ ସେ ନୃତ୍ୟ ଏକାଡେମୀରେ ଆଡମିଶନ କରାଇଦେବାକୁ କହିଥିଲେ। ଯାହାଦ୍ୱାରା ସେ ନିଜର ପ୍ରତିଭା ତାଙ୍କ ମା’ବାପାଙ୍କୁ ଦେଖାଇପାରିବେ।
ଝିଅ ନିଖୋଜ ହେବା ପରେ ପରିବାର ପକ୍ଷରୁ ମହିଳା ଥାନାରେ ଏକ ଅପହରଣ ମାମଲା ରୁଜୁ କରାଗଲା। ପୋଲିସ ମାମଲା ରୁଜୁକରି ଖୋଜାଖୋଜି ପରେ ନାବାଳିକାଙ୍କୁ ଧରି ଶିଶୁ କଲ୍ୟାଣ କମିଟି ସଦସ୍ୟ ଗିରିସ ଗୁରୁସ ଗୁର୍ଜରଙ୍କ ନିକଟରେ ଉପସ୍ଥାପିତ କରିବା ପରେ ସତକଥା ସାମ୍ନାକୁ ଆସିଥିଲା।
କାଉନସେଲିଂ ସମୟରେ ସେ କହିଥିଲେ ଯେ, ସେ ପାଠ ପଢ଼ିବାକୁ ଚାହୁଁ ନ ଥିଲେ। ନୃତ୍ୟପ୍ରତି ତାଙ୍କର ଅଧିକ ଆଗ୍ରହ ଥିଲା। କିନ୍ତୁ ମା’ବାପା ତାଙ୍କୁ ପାଠପଢ଼ା ଉପରେ ଚାପ ପକାଉଥିଲେ। ତେଣୁ ରାଗରେ ସେ ଘର ଛାଡି ମାମୁ ଘରକୁ ଚାଲିଯାଇଥିଲେ। କାରଣ ମାମୁଙ୍କ ଝିଅମାନେ ନାଚ ଶିଖନ୍ତି ଏବଂ ସେ ସେମାନଙ୍କ ଠାରୁ ନାଚ ଶିଖାଇବେ॥ଏହା ଶଣିବା ପରେ ଗିରିଶ କୁମାର ତାଙ୍କୁ ନୃତ୍ୟ ଶିଖାଇବାର ସୁଯୋଗ ଦେବାର ଆଶ୍ୱାସନା ଦେବାପରେ ସେ ଘରକୁ ଫେରିଥିଲେ।

Share