Categories: ଜାତୀୟ

ଆୟୁଷ୍ମାନ ଭାରତ ଯୋଜନା ଅନ୍ତର୍ଗତ ଦେଶରେ ସ୍ଥାପିତ ହୋଇଛି ୧.୧୭ ଲକ୍ଷ ସ୍ବାସ୍ଥ୍ୟ କଲ୍ୟାଣ କେନ୍ଦ୍ର…

ନୂଆଦିଲ୍ଲୀ, ୧୭।୪ : ଦେଶରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୧.୧୭ ଲକ୍ଷ ସ୍ବାସ୍ଥ୍ୟ ଏବେ କଲ୍ୟାଣ କେନ୍ଦ୍ର ସ୍ଥାପନ କରାଯାଇଛି। ସରକାରଙ୍କ ଆୟୁଷ୍ମାନ ଯୋଜନା ଅନ୍ତର୍ଗତ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବ କେନ୍ଦ୍ରୀୟ ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ରବିବାର ସୂଚନା ଦେଇଛନ୍ତି।

ଉତ୍ତରପ୍ରଦେଶ ମିରଟ ଜିଲାରେ ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ଏବଂ କଲ୍ୟାଣ କେନ୍ଦ୍ରର ୪ ବର୍ଷ ପୂର୍ତ୍ତି ଅବସରରେ ଏକ ଯୋଗ କାର୍ଯ୍ୟକ୍ରମରେ ଯୋଗଦେଇ ସେ ଏହା କହିଛନ୍ତି। ପ୍ରତିଦିନ ଯୋଗ କରିବା ଦ୍ୱାରା ଜଣେ ପ୍ରାକୃତିକ ଉପାୟରେ ସୁସ୍ଥ ରହିପାରିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି।

ଆଗାମୀ ସପ୍ତାହରେ ଦେଶର ବିଭିନ୍ନ ବ୍ଲକ୍‌ ସ୍ବାସ୍ଥ୍ୟ ମେଳାରେ ହିତାଧିକାରୀଙ୍କୁ ଆୟୁଷ୍ମାନ ଭାରତ କାର୍ଡ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି। ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ଏବଂ କଲ୍ୟାଣ କେନ୍ଦ୍ର ସ୍ଥାପନର ଚତୁର୍ଥ ବର୍ଷ ପାଳନ ଅବସରରେ ବ୍ଲକ୍‌ ସ୍ବାସ୍ଥ୍ୟ ମେଳାରେ ଏହି କାର୍ଡ ବଣ୍ଟନ କରାଯିବାର କାର୍ଯ୍ୟକ୍ରମ ରହିଥିବା ସ୍ବାସ୍ଥ୍ୟମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି।

Share