ଓଏଲ୍‌ଆଇସି ଆକାଉଣ୍ଟରୁ ୧.୧୯ କୋଟି ଆତ୍ମସାତ୍‌:ସହକାରୀ ହିସାବରକ୍ଷକ ଫେରାର

ସୋନପୁର,୬ା୮: (ମୃତ୍ୟୁଞ୍ଜୟ ଶତପଥୀ):ସୁବର୍ଣ୍ଣପୁର ଉଠା ଜଳସେଚନ ନିଗମ(ଓଏଲ୍‌ଆଇସି) ଆକାଉଣ୍ଟରୁ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଆତ୍ମସାତ୍‌ ହୋଇଛି। କାର୍ଯ୍ୟାଳୟର ସହକାରୀ ହିସାବରକ୍ଷକ ବଳରାମ ମେହେର ଏହି ଟଙ୍କା ଆତ୍ମସାତ କରିଛନ୍ତି। ଏ ସମ୍ପର୍କରେ ଜଣାପଡିବା ପରେ ଓଏଲ୍‌ଆଇସିର ପରିଚାଳନା ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାମଲଙ୍କ ନିର୍ଦ୍ଦେଶ କ୍ରମେ ବିଭାଗ ପକ୍ଷରୁ ଏକ ଉଚ୍ଚସ୍ତରୀୟ ଟିମ୍‌ ଦ୍ୱାରା ତଦନ୍ତ ଜାରି ରହିଛି। ସେହିପରି ଭିଜିଲାନ୍ସ ବିଭାଗ ପକ୍ଷରୁ ସୋମବାର ପ୍ରାରମ୍ଭିକ ତଦନ୍ତ ଆରମ୍ଭ ହୋଇଛି। ଅନ୍ୟପକ୍ଷେ କାର୍ଯ୍ୟାଳୟର ସହକାରୀ ହିସାବରକ୍ଷକ ଫେରାର ଅଛନ୍ତି। ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ସୁବର୍ଣ୍ଣପୁର ଜିଲାରେ ଗଭୀର ନଳକୂପ ଖନନ ଓ ବିଭିନ୍ନ ଯୋଜନାରେ ସରକାରଙ୍କ ପକ୍ଷରୁ ଆସୁଥିବା ଅର୍ଥ ନିଗମର ନିର୍ବାହୀ ଯନ୍ତ୍ରୀଙ୍କ ନାମରେ ୟୁନିୟନ ବ୍ୟାଙ୍କ ସୋନପୁର ଶାଖାରେ ଜମାଥିଲା। ଏହି ଅର୍ଥକୁ ଜାଲିଆତି କରି କାର୍ଯ୍ୟାଳୟର ହିସାବ ରକ୍ଷକ ମେହେର ନିଜ ଆକାଉଣ୍ଟକୁ ସ୍ଥାନାନ୍ତର କରି ନେଇଛନ୍ତି। ନିର୍ବାହୀ ଯନ୍ତ୍ରୀଙ୍କ ଆଇଡି, ପାସଓ୍ବାର୍ଡ, ଚେକ୍‌ ଓ ସିଲ୍‌ ବ୍ୟବହାର କରି ସେ ଏକାଧିକ ଥର ନିଜ ଆକାଉଣ୍ଟକୁ ବିପୁଳ ପରିମାଣର ଟଙ୍କା ଟ୍ରାନ୍ସଫର କରିଥିବା ଜଣାପଡିଛି। ଉଠା ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରଫୁଲ୍ଲ କୁମାର ବେହେରା ବିଳମ୍ବରେ ଏ ସମ୍ପର୍କରେ ଜାଣିବା ପରେ ସୋନପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। କାର୍ଯ୍ୟାଳୟର ହିସାବରକ୍ଷକ ଜାଲିଆତି କରି ୧କୋଟି ୧୯ଲକ୍ଷ ୭୧ହଜାର ଟଙ୍କା ନିଜ ଫାର୍ମ ଆକାଉଣ୍ଟକୁ ଟ୍ରାନ୍ସଫର କରିଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି। ତେବେ ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଆତ୍ମସାତ ଘଟଣାର ତଦନ୍ତ ଭିଜିଲାନ୍ସ କିମ୍ବା ଅର୍ଥନୈତିକ ଅପରାଧ ଶାଖା କରିପାରିବ। ତେଣୁ ସେଠାରେ ଅଭିଯୋଗ କରିବାକୁ ଥାନା ଅଧିକାରୀ ରମେଶ ମାହାନା ପରାମର୍ଶ ଦେଇଛନ୍ତି। ସୂଚନା ପାଇବା ପରେ ସୁବର୍ଣ୍ଣପୁର ଭିଜିଲାନ୍ସ ଡିଏସ୍‌ପି ରୀତାଞ୍ଜଳି ପଧାନ ସୋମବାର ଉଠାଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଆସି ତଦନ୍ତ କରିଛନ୍ତି। ସେହିପରି ନିଗମର ଭୁବନେଶ୍ୱର ମୁଖ୍ୟାଳୟରୁ ଚିଫ୍‌ ଆକାଉଣ୍ଟସ୍‌ ଅଫିସର ତଥା ଅର୍ଥ ପରାମର୍ଶଦାତା ନିର୍ଝରଣୀ ସାମନ୍ତସିଂହାରଙ୍କ ନେତୃତ୍ୱରେ ଆକାଉଣ୍ଟସ୍‌ ଅଫିସର ସାଧନା ବେହେରା ଓ ଡେପୁଟି ଚିଫ୍‌ ଆକାଉଣ୍ଟସ୍‌ ଅଫିସର ଅଜୟ ନାୟକ ସୁବର୍ଣ୍ଣପୁର ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପହଞ୍ଚତ୍ ଆକଉଣ୍ଟସ୍‌ ନଥିପତ୍ର ଯାଞ୍ଚ କରୁଛନ୍ତି।
ପ୍ରକାଶ ଯେ, ସହକାରୀ ହିସାବ ରକ୍ଷକ ବଳରାମ ଜଣେ ଆଉଟ ସୋର୍ସିଂ କର୍ମଚାରୀ। ସେ ୨୦୧୪ ମସିହାରୁ ଏହି କାର୍ଯ୍ୟାଳୟରେ କାମ କରି ଆସୁଛନ୍ତି। ପୂର୍ବରୁ ସେ ଡାଟା ଏଣ୍ଟ୍ରି ଅପରେଟର ଭାବେ କାମ କରୁଥିଲେ। ପରେ ସହକାରୀ ହିସାବରକ୍ଷକ(ବାଣିଜ୍ୟ) ଭାବେ ନିଯୁକ୍ତ ହୋଇଛନ୍ତି। ନିର୍ବାହୀ ଯନ୍ତ୍ରୀ ବେହେରା ବିଶ୍ୱାସ କରି ବଳରାମଙ୍କୁ ନିଜର ଆଇଡି ଓ ପାସଓ୍ବାର୍ଡ ଦେଇଥିଲେ। ସେ ଆରଟିଜିଏସ୍‌ କରିବା ପାଇଁ ବଳରାମଙ୍କୁ ହିଁ ବ୍ୟାଙ୍କ୍‌କୁ ପଠାଉଥିଲେ। ବଳରାମ ତାଙ୍କୁ ଠକି ଦେଇଥିବା ନିର୍ବାହୀଯନ୍ତ୍ରୀ କହିଛନ୍ତି। ଅନ୍ୟପକ୍ଷେ ବଳରାମଙ୍କ ଆକାଉଣ୍ଟସ୍‌କୁ ଫ୍ରିଜ୍‌ କରିବା ପାଇଁ ସମ୍ପୃକ୍ତ ବ୍ୟାଙ୍କକୁ ଚିଠି ଲେଖା ଯାଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ମହୁମାଛି ନେଇଗଲେ ଜୀବନ…

ଲାଞ୍ଜିଗଡ଼,୨୧ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବେତିଆପଡା ଗାଁରେ ମହୁମାଛି ଆକ୍ରମଣରେ ଜଣେ ବ୍ୟକ୍ତି ପ୍ରାଣ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

ଯାଆଁଳା ଉଉଣୀଙ୍କୁ ଚାପିଦେଲା ଟ୍ରକ, ଆଉ ତା’ପରେ…

ଢେଙ୍କାନାଳ,୨୧।୯: ପୁରୁଣାକଟକ-ସମ୍ବଲପୁର ରାସ୍ତା ଶୁକିଆବାଉତି ଛକରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଚାପାରେ ଦୁଇ ଯାଆଁଳା ଉଉଣୀଙ୍କ ମୃତ୍ୟୁ ଘଟିଥିବା ବେଳେ...

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ସୁବର୍ଣ୍ଣରେଖା ବନ୍ୟାକୁ ୭ ଦିନ, ଭୋକ ଉପାସରେ…

ଭୋଗରାଇ, ୨୧ା୯(ପ୍ରଦୀପ ଦାସ): ସୁବର୍ଣ୍ଣରେଖା ବନ୍ୟାକୁ ୭ଦିନ ପୂରିଛି। ହେଲେ ଅଦ୍ୟାବଧି ଭୋଗରାଇ ବ୍ଲକର ବନ୍ୟା ସ୍ଥିତିରେ ସୁଧାର ଆସିନାହିଁ। ଭୋଗରାଇର ୨୧ ପଞ୍ଚାୟତର ଶତାଧିକ...

ଗଞ୍ଜେଇ ଚାଲାଣ ମାମଲାରେ ଜଣେ ମହିଳା ସମେତ ଦୁଇଜଣ ଅଭିଯୁକ୍ତଙ୍କୁ ଜେଲ

ବ୍ରହ୍ମପୁର,୨୧।୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଜଜ-୧ ଡ. ଇନ୍ଦୁ ଶର୍ମା ଶନିବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri