ମାଙ୍ଗାଲୁରୁ,୪।୪: କର୍ନାଟକର ମାଙ୍ଗାଲୁରୁ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଶନିବାର ପ୍ରାୟ ୧.୨ କୋଟି ଟଙ୍କାର ସୁନା ଜବତ ହୋଇଛି। ବିମାନରେ ଆସିଥିବା ୩ଜଣ ଯାତ୍ରୀଙ୍କ ପାଖରୁ କଷ୍ଟମ ବିଭାଗ ଏହା ଜବତ କରିଛି। ଜବତ ସୁନାର ମୂଲ୍ୟ ପ୍ରାୟ ଏକକୋଟି ହେବ ବୋଲି ଜଣାପଡିଛି। ସେହିଭଳି ଉକ୍ତ ୩ ଅଭିଯୁକ୍ତଙ୍କ ନିକଟରୁ ୧.୯ କେଜି ଓଜନର ସୁନା ଜବତ କରାଯାଇଥିବା ଡିସିପି ଅଭିନାଶ କହିଛନ୍ତି। ଏହି ତିନି ଯାତ୍ରୀ ଦୁବାଇରୁ ଭିନ୍ନ ଭିନ୍ନ ବିମାନରେ ଆସିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏ ସମ୍ପର୍କରେ କଷ୍ଟମ ବିଭାଗର ବରିଷ୍ଟ ଅଧିକାରୀ କହିଛନ୍ତି ଯେ ଶନିବାର ୩ ଟି ଭିନ୍ନ ଭିନ୍ନ ଘଟଣାରେ ମୋଟ୍ ୧,୧୮,୭୦,୫୯୦ଟଙ୍କାର ସୁନା ଜବତ କରାଯାଇଛି। ପ୍ରଥମେ କେରଳର କାସରଗୋଡରୁ ଆସିଥିବା ଦୁଇ ଯାତ୍ରୀଙ୍କୁ ଅଟକାଇ କଷ୍ଟମ ବିଭାଗ ଖାନତଲାସି କରିଥିଲା। ତଲାସି ପରେ ସେମାନଙ୍କ ନିକଟରୁ ଚୋରା ସୁନା ଥିବା ଜଣାପଡିଥିଲା। ଜବତ ସୁନାର ମୂଲ୍ୟ ପ୍ରାୟ ୨୭ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି। ଉକ୍ତ ୨ ଯାତ୍ରୀଙ୍କ ଠାରୁ ପ୍ରାୟ ୬ ଗ୍ରାମର ସୁନା ଜବତ ହୋଇଥିଲା ବୋଲି କଷ୍ଟମ ଅଧିକାରୀ କହିଛନ୍ତି। ଏହି ଦୁଇ ଯାତ୍ରୀ କେରଳର ବୋଲି ତଦନ୍ତରୁ ଜଣାପଡ଼ିଛି।