Categories: ବାଣିଜ୍ୟ

୧.୨୨ କୋଟି କିଷାନ କ୍ରେଡିଟ କାର୍ଡକୁ ମଞ୍ଜୁରୀ

ନୂଆଦିଲ୍ଲୀ,୨୧।୮:କୋଭିଡ୍‌-୧୯ ପ୍ରଭାବରୁ କୃଷି କ୍ଷେତ୍ରକୁ ବାହାରକୁ ଆଣିବା ଲାଗି ସରକାର ବିଭିନ୍ନ ପଦକ୍ଷେପ ହାତକୁ ନେଉଛନ୍ତି। ଏହି କାର୍ଯ୍ୟକ୍ରମ ଅଧୀନରେ ୧.୨୨ କୋଟି କିଷାନ କ୍ରେଡିଟ କାର୍ଡକୁ ମଞ୍ଜୁରୀ ଦେଇଛନ୍ତି। ଏହି କାର୍ଡଗୁଡିକର କ୍ରେଡିଟ୍‌ ଲିମିଟ୍‌ ୧.୦୨ ଲକ୍ଷ ରହିଛି। ଗ୍ରାମାଞ୍ଚଳ ଭାରତକୁ ଟ୍ରାକକୁ ଆଣିବା ଦିଗରେ ଏଭଳି ପଦକ୍ଷେପ ବେଶ ସହାୟକ ହେବ ବୋଲି ସରକାର ଆଶାବାଦୀ ରହିଛନ୍ତି। ଆତ୍ମ ନିର୍ଭର ଭାରତରେ ସରକାର ଏହି ଯୋଜନା ସମ୍ପର୍କରେ ଘୋଷଣା କରିଥିଲେ। କୃଷକଙ୍କୁ ରିହାତି ହାରରେ ୨ ଲକ୍ଷ କୋଟି ଟଙ୍କାର ଋଣ ଯୋଗାଣ ଉପରେ ସରକାର ଏଥିରେ ପଦକ୍ଷେପ ନେଇଛନ୍ତି। ଏହା ଦ୍ୱାରା ଦେଶର ପ୍ରାୟ ୨.୫ କୋଟି କୃଷକ ଲାଭବାନ ହେବେ ବୋଲି କୁହାଯାଉଛି।

Share