Posted inଜାତୀୟ

ଅନୁପମ୍‌ଙ୍କ ଫଟୋ ଥିବା ନୋଟ୍‌ ଦେଇ ୧.୩ କୋଟିର ଠକେଇ

ଅହମଦାବାଦ,୧।୧୦ଗୁଜରାଟର ଅହମଦାବାଦରେ ଜଣେ ସୁନା ଓ ରୁପା ବ୍ୟବସାୟୀ ୧.୩ କୋଟି ଟଙ୍କା ଠକେଇର ଶିକାର ହୋଇଛନ୍ତି। ତାଙ୍କୁ ଠକିଥିବା ବ୍ୟକ୍ତି ଜଣକ ବଲିଉଡ୍‌ ଅଭିନେତା ଅନୁପମ ଖେର୍‌ଙ୍କ ଫଟୋ ଥିବା ୫୦୦ ଟଙ୍କିଆ ଜାଲ୍‌ ନୋଟ୍‌ ବିଡ଼ା ଧରାଇଦେଇ ଫେରାର ହୋଇଯାଇଛନ୍ତି। ଅହମଦାବାଦର ମେହୁଲ ଠକ୍କର ସେପ୍ଟେମ୍ବର ୨୩ରେ ଲକ୍ଷ୍ମୀ ଜୁଏଲର୍ସ ମ୍ୟାନେଜରଙ୍କ ଫୋନ୍‌ କଲ୍‌ ରିସିଭ୍‌ କରିଥିଲେ। ତୃତୀୟ ପକ୍ଷଙ୍କ ପାଇଁ ତାଙ୍କୁ ୨ କେ.ଜି. ସୁନା କିଣିବାର ଅଛି। ଏହାର ଦାମ୍‌ କେତେ ହେବ ବୋଲି ସେ ମେହୁଲଙ୍କୁ ପଚାରିଥିଲେ। ଲକ୍ଷ୍ମୀ ଜୁଏଲର୍ସ ସହ ୧୫ ବର୍ଷ ଧରି ବ୍ୟବସାୟ କରିଆସୁଥିବା ଠକ୍କର ୧.୬ କୋଟି ଟଙ୍କା ପଡ଼ିବ ବୋଲି କହିଥିଲେ। ଏହା ପରଦିନ ମ୍ୟାନେଜର ଠକ୍କରଙ୍କୁ ତତ୍କାଳ ସୁନା ଆବଶ୍ୟକ ଅଛି କିନ୍ତୁ ରିଅଲ ଟାଇମ୍‌ ଗ୍ରସ୍‌ ସେଟେଲ୍‌ମେଣ୍ଟ (ଆର୍‌ଟିଜିଏସ୍‌)ରେ ବୈଷୟିକ ତ୍ରୁଟି ଯୋଗୁ ଅଗ୍ରୀମ ଟଙ୍କା ନଗଦରେ ଏବଂ ଅବଶିଷ୍ଟ ଅର୍ଥ ଅନ୍‌ଲାଇନରେ ଟ୍ରାନ୍ସଫର କରାଯିବ ବୋଲି କହିଥିଲେ। ନବରଙ୍ଗପୁରା ଅଞ୍ଚଳରେ ମଧ୍ୟସ୍ଥତା କରୁଥିବା ସଂସ୍ଥା ଅଙ୍ଗାଡିଆ ଜରିଆରେ ସୁନା ବିନିମୟ କରାଯିବା ପାଇଁ ସ୍ଥିର ହୋଇଥିଲା। ଠକ୍କର ନିଜର ଜଣେ କର୍ମଚାରୀଙ୍କୁ ସୁନା ଦେବା ପାଇଁ ସେଠାକୁ ପଠାଇଥିଲେ। ସେଠାରେ ୩ ଜଣ ବ୍ୟକ୍ତି ଉପସ୍ଥିତ ଥିଲେ, ଯାହାଙ୍କ ମଧ୍ୟରୁ ଜଣେ ନୋଟ୍‌ ଗଣା ମେଶିନ୍‌ ବ୍ୟବହାର କରୁଥିଲେ। ସୁନା ହସ୍ତାନ୍ତର କରିବା ପରେ ଠକ୍କରଙ୍କ କର୍ମଚାରୀ ଅଗ୍ରୀମ ନେଇଥିବା ୧.୩ କୋଟି ଟଙ୍କା ଜାଲ୍‌ ହୋଇଥିବା ସନ୍ଦେହ କରିଥିଲେ। ବିଡ଼ା ଭିତରୁ ନୋଟ୍‌ଗୁଡ଼ିକୁ କାଢ଼ି ଦେଖିଲା ବେଳକୁ ସେଥିରେ ମହାତ୍ମା ଗାନ୍ଧୀଙ୍କ ସ୍ଥାନରେ ଅନୁପମ ଖେର୍‌ଙ୍କ ଫଟୋ ରହିଥିଲା। ସେହିପରି ଭାରତୀୟ ରିଜର୍ଭ ବ୍ୟାଙ୍କ ପରିବର୍ତ୍ତେ ଷ୍ଟାର ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଷ୍ଟାମ୍ପ ରହିଥିଲା। ଠକାମୀରରେ ପଡ଼ିଥିବା ଜାଣିବା ପରେ ଠକ୍କର ଓ ତାଙ୍କ ମ୍ୟାନେଜର ଡିଲ୍‌ ହୋଇଥିବା ସ୍ଥାନକୁ ଯାଇଥିଲେ। ବୁଝାବୁଝି ପରେ ସେମାନେ ଜାଣିବାକୁ ପାଇଥିଲେ, ଅଙ୍ଗାଡ଼ିଆ ଫାର୍ମ ସେଠାରେ ୨ ଦିନ ତଳେ ଖୋଲାଯାଇଥିଲା। ଲକ୍ଷ୍ମୀ ଜୁଏଲର୍ସ ପକ୍ଷରୁ କଲ୍‌ କରିଥିବା ବ୍ୟକ୍ତିଙ୍କ ଫୋନ୍‌ ସୁଇଚ୍‌ଅଫ୍‌ ବତାଇବାରୁ ଥାନାରେ ଏତଲା ଦିଆଯାଇଛି। ଅନୁପମ ଏହା ଜାଣି ଆଶ୍ଚର୍ଯ୍ୟ ହୋଇ କହିଛନ୍ତି, ୫୦୦ ଟଙ୍କିଆ ନୋଟ୍‌ରେ ଗାନ୍ଧିଜୀଙ୍କ ପରିବର୍ତ୍ତେ ମୋ ଫଟୋ? କିଛି ବି ଘଟିପାରେ ବୋଲି ସେ ଟୁଇଟରରେ ପ୍ରତିକ୍ରିୟା ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲ ଗାନ୍ଧୀଙ୍କ ପରିବାର ୫୦ ବର୍ଷ ପର୍ଯ୍ୟନ୍ତ ଦେଶକୁ ଲୁଟିଛନ୍ତି, ଏମିତି କହି ସମସ୍ତଙ୍କୁ ଚମକାଇ ଦେଲେ ଗିରିରାଜ

ନୂଆଦିଲ୍ଲୀ,୧।୧୦: କେନ୍ଦ୍ର ବୟନ ମନ୍ତ୍ରୀ ଗିରିରାଜ ସିଂ କଂଗ୍ରେସ ଏମପି ରାହୁଲ ଗାନ୍ଧୀଙ୍କ ନିର୍ବାଚନ ଅଭିଭାଷଣ ଉପରେ ଦୃଢ ଆପତ୍ତି ଜଣାଇ ଗାନ୍ଧୀ ପରିବାରର ଇତିହାସକୁ...

ବୁଲ୍‌ଡୋଜର କାର୍ଯ୍ୟାନୁଷ୍ଠାନ ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ଜନସାଧାରଣଙ୍କ କ୍ଷତି ପହଞ୍ଚାଉଥିବା ଧାର୍ମିକ କୋଠାକୁ…

ନୂଆଦିଲ୍ଲୀ,୧ା୧୦: ମଙ୍ଗଳବାର ସୁପ୍ରିମକୋର୍ଟରେ ବୁଲଡୋଜର ଆକ୍ସନ ମାମଲାର ଶୁଣାଣି ହୋଇଛି। ଏହି ସମୟ ମଧ୍ୟରେ  ସୁପ୍ରିମକୋର୍ଟ ଏକ ବଡ଼ ରାୟ ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, ଜନସାଧାରଣଙ୍କ...

ରାଜ ଘାଟରେ ତାଲା, କୃଷକଙ୍କ ଏଣ୍ଟ୍ରି ବ୍ୟାନ, ମୋଦି ସରକାର କରୁଛନ୍ତି ପାପ, କାହିଁକି ଏମିତି କହିଲା କଂଗ୍ରେସ

ନୂଆଦିଲ୍ଲୀ,୧।୧୦: ଦିଲ୍ଲୀ ପୋଲିସ ସିନ୍ଧୁ ସୀମାରୁ ସମାଜସେବୀ ସୋନମ ୱାଙ୍ଗଚୁକଙ୍କୁ ଗିରଫ କରିଛି। ୭୦୦ କିଲୋମିଟର ଲମ୍ବା ‘ଦିଲ୍ଲୀ ୱାଲୋ ପଦଯାତ୍ରା’ ସମୟରେ ସେ ଦିଲ୍ଲୀ...

କୋଲକାତା ବଳାତ୍କାର-ହତ୍ୟା ଘଟଣା: ପୁଣିଥରେ ଧର୍ମଘଟକୁ ଓହ୍ଲାଇଲେ ଜୁନିଅର ଡାକ୍ତର

କୋଲକାତା,୧।୧୦: ପଶ୍ଚିମବଙ୍ଗରେ ଜୁନିଅର ଡାକ୍ତରମାନେ ପୁଣି ଥରେ ଧର୍ମଘଟ କରିଛନ୍ତି। ସୁରକ୍ଷା ସୁନିଶ୍ଚିତ କରିବାକୁ ଡାକ୍ତରମାନେ ରାଜ୍ୟ ସରକାରଙ୍କୁ ଦାବି କରିଛନ୍ତି। ସୋମବାର ଆରଜି କର...

ଚିରାଗ ପାସଓ୍ବାନଙ୍କ ବୟାନକୁ ନେଇ ରାଜନୀତି ସରଗରମ, ମନେ ପଡୁଛି ୨୦୨୦ କଥା

ପାଟନା,୧।୧୦: ପାଟନାରେ ଏକ କାର୍ଯ୍ୟକ୍ରମ ସମୟରେ କେନ୍ଦ୍ର ମନ୍ତ୍ରୀ ତଥା ଏଲଜେପି ରାମ ବିଲାସ ରାଷ୍ଟ୍ରୀୟ ସଭାପତି ଚିରାଗ ପାସୱାନ ଏକ ବଡ଼ ବୟାନ ଦେଇଛନ୍ତି।...

କେବଳ ଭାରତରେ ନୁହେଁ, ଏହି ଦେଶରେ ମଧ୍ୟ ବ୍ୟବହୃତ ହୁଏ ହିନ୍ଦୀ ଭାଷା

ନୂଆଦିଲ୍ଲୀ,୧।୧୦: ପୃଥିବୀର ସମସ୍ତ ଦେଶର ସଂସ୍କୃତି, ପରମ୍ପରା, ଭାଷା ଏବଂ ଖାଦ୍ୟ ଅଭ୍ୟାସ ଭିନ୍ନ ଅଟେ। ଯେପରି ଭାରତରେ ଏକ ବଡ଼ ବର୍ଗ ଅଛି, ଯେଉଁଠି...

ଯଦି ଏଭଳି ହୁଏ ତା’ହେଲେ ମନ୍ତ୍ରୀପଦକୁ ପାଦରେ ଆଡେଇଦେବି, ଚିରାଗଙ୍କ ଏଭଳି ବୟାନକୁ ନେଇ…

ନୂଆଦିଲ୍ଲୀ,୧।୧୦: ପାଟନାରେ ଏକ କାର୍ଯ୍ୟକ୍ରମ ସମୟରେ କେନ୍ଦ୍ର ମନ୍ତ୍ରୀ ତଥା ଏଲଜେପି ରାମ ବିଳାସର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିରାଗ ପାସୱାନ ଏକ ବଡ଼ ବିବୃତ୍ତି ଦେଇଛନ୍ତି।...

ବିଳମ୍ବିତ ରାତ୍ରିରେ ହସ୍ପିଟାଲରେ ଭର୍ତ୍ତି ହେଲେ ସୁପରଷ୍ଟାର ରଜନୀକାନ୍ତ

ଚେନ୍ନାଇ,୧।୧୦: ହିନ୍ଦୀ ସିନେମା ଏବଂ ଦକ୍ଷିଣ ସିନେମାରେ ଜବରଦସ୍ତ ପରିଚୟ ତିଆରି କରିଥିବା ସୁପରଷ୍ଟାର ରଜନୀକାନ୍ତଙ୍କ ପ୍ରଶଂସକଙ୍କ ପାଇଁ ଏକ ଖରାପ। ସୋମବାର ବିଳମ୍ବିତ ରାତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri