Categories: ବାଣିଜ୍ୟ

ଅଗଷ୍ଟରେ ଜିଓର ୧.୪୪ କୋଟି ନୂତନ ମୋବାଇଲ ଗ୍ରାହକ

ଭୁବନେଶ୍ୱର, ୧୮।୧୧: ରିଲାଏନ୍ସ ଜିଓ କ୍ରମାଗତ ଭାବେ ଉଭୟ ଦେଶ ଓ ରାଜ୍ୟରେ ୧ ନମ୍ବର ଡିଜିଟାଲ ସେବା ପ୍ରଦାନକାରୀ ଭାବେ ଉଭାହୋଇଛି। ଏପରିକି କମ୍ପାନୀ (ଜିଓ) ଚଳିତ ବର୍ଷ ଅଗଷ୍ଟରେ ସର୍ବାଧିକ ସଂଖ୍ୟକ ନୂତନ ଗ୍ରାହକ ଯୋଡ଼ିଥିବା ଭାରତୀୟ ଦୂରସଞ୍ଚାର ନିୟାମକ କର୍ତ୍ତୃପକ୍ଷ (ଟେଲିକମ୍‌ ରେଗୁଲେଟୋରି ଅଥରିଟି ଅଫ୍‌ ଇଣ୍ଡିଆ ବା ଟ୍ରାଇ)ଙ୍କ ପକ୍ଷରୁ ପ୍ରକାଶିତ ସଦ୍ୟତମ ଟେଲିକମ୍‌ ଗ୍ରାହକ ତଥ୍ୟରୁ ଜଣାପଡ଼ିଛି। ୨୦୨୩ ଅଗଷ୍ଟ ୩୧ ସୁଦ୍ଧା ଜିଓ ସର୍ବାଧିକ ୧.୪୪ କୋଟି ନୂତନ ମୋବାଇଲ ଗ୍ରାହକ ଏବଂ ୨.୪୫ଲକ୍ଷରୁ ଅଧିକ ନୂଆ ଜିଓଫାଇବର ହାଇସ୍ପିଡ୍‌ ବ୍ରଡ୍‌ବ୍ୟାଣ୍ଡ ଗ୍ରାହକଙ୍କ ସମେତ ଉଭୟ ଓୟାରଲେସ୍‌ ଓ ୱୟାରଲାଇନ୍‌ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ସହ ଜିଓ ଓଡ଼ିଶାରେ ୧ ନମ୍ବର ସ୍ଥାନ ବଜାୟ ରଖିଛି।
ଉଲ୍ଲେଖଯୋଗ୍ୟ, ଟ୍ରାଇ ପକ୍ଷରୁ ନିକଟରେ ପ୍ରକାଶିତ ସଦ୍ୟତମ ଟେଲିକମ୍‌ ଉପଭୋକ୍ତାଙ୍କ ତଥ୍ୟ ଅନୁଯାୟୀ ଓଡ଼ିଶାରେ ରିଲାଏନ୍ସ ଜିଓ ୨୦୨୩ ଅଗଷ୍ଟରେ ୨୮,୦୦୦ରୁ ଅଧିକ ନୂତନ ମୋବାଇଲ୍‌ ଗ୍ରାହକ ଏବଂ ୭୦୦୦ରୁ ଅଧିକ ନୂତନ ଜିଓଫାଇବର ହାଇସ୍ପିଡ୍‌ ବ୍ରଡ୍‌ବ୍ୟାଣ୍ଡ ଗ୍ରାହକ ଯୋଡ଼ିଛି। ଏହି ସମୟ ମଧ୍ୟରେ ଓଡ଼ିଶାର ମୋଟ ମୋବାଇଲ ଗ୍ରାହକଙ୍କ ସଂଖ୍ୟାରେ ୪୬,୦୦୦ ବୃଦ୍ଧି ସହ ରାଜ୍ୟର ମୋଟ ମୋବାଇଲ୍‌ ଉପଭୋକ୍ତାଙ୍କ ସଂଖ୍ୟା ୩.୩୬ କୋଟିରୁ ଅଧିକ ହୋଇଛି। ସେହିଭଳି ଜାତୀୟ ସ୍ତରରେ ଜିଓ ୨୦୨୩ ଅଗଷ୍ଟରେ ସର୍ବାଧିକ ମୋବାଇଲ୍‌ ଗ୍ରାହକ ଯୋଡ଼ିଥିବା ବେଳେ ୩୨.୪୫ ଲକ୍ଷରୁ ଅଧିକ ନୂଆ ଗ୍ରାହକ ଜିଓ ନେଟ୍‌ୱର୍କରେ ଯୋଗଦେଇଥିବା ଟ୍ରାଇ ପକ୍ଷରୁ ପ୍ରକାଶିତ ସଦ୍ୟତମ ଟେଲିକମ୍‌ ଗ୍ରାହକ ତଥ୍ୟରୁ ଜଣାପଡ଼ିଛି। ଏହା ସହ ୨୦୨୩ ଅଗଷ୍ଟ ୩୧ ସୁଦ୍ଧା ଦେଶରେ ଜିଓର ମୋଟ ମୋବାଇଲ ଉପଭୋକ୍ତା ସଂଖ୍ୟା ୪୪.୫୭ କୋଟିରେ ପହଞ୍ଚତ୍ଛି। ସାରା ଦେଶରେ ରିଲାଏନ୍ସ ଜିଓ ମଧ୍ୟ ଅଗଷ୍ଟରେ ୧.୭୮ଲକ୍ଷରୁ ଅଧିକ ଜିଓଫାଇବର ହାଇସ୍ପିଡ୍‌ ବ୍ରଡ୍‌ବ୍ୟାଣ୍ଡ ଗ୍ରାହକ ଯୋଡ଼ିଥିବା ବେଳେ ଦେଶରେ ମୋଟ ଜିଓ ଫାଇବର ଗ୍ରାହକଙ୍କ ସଂଖ୍ୟା ୧.୦୩ କୋଟିରୁ ଅଧିକ ହୋଇଛି।

Share