ବାଲେଶ୍ୱର ଅଫିସ,୨୭ା୮: ବାଲେଶ୍ୱର ଜିଲା ଜଳେଶ୍ବରରୁ ଶୁକ୍ରବାର ପୁଣି ବ୍ରାଉନସୁଗାର ଜବତ ହୋଇଛି। ଜିଲା ଅବକାରୀ ଦାୟିତ୍ୱରେ ଥିବା ଡେପୁଟି କମିଶନରଙ୍କ ନିର୍ଦ୍ଦେଶରେ ଜଳେଶ୍ବରରେ ୧୦ ଜଣିଆ ଟିମ୍ ଜାତୀୟ ରାଜପଥ ୬୦ର ଛାଳନି ଛକଠାରେ ଏକ ସନ୍ଦେହଜନକ ଭ୍ୟାନ୍କୁ ଅଟକାଇଥିଲେ। ସେ ଗାଡ଼ିକୁ ଯାଞ୍ଚ କରିବାରୁ ୧୫୦ ଗ୍ରାମର ଧଳା ଜହର ସହିତ ଜଣେ ମହିଳା ଓ ଡ୍ରାଇଭରଙ୍କୁ ଗିରଫ କରି ଅବକାରୀ ବିଭାଗ ତଦନ୍ତ ଜାରି ରଖିଛି। ଜବତ ଧଳା ଜହରର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ହେବ ବୋଲି ଜଣାପଡ଼ିଛି। ଉକ୍ତ ଗାଡ଼ିଟି ଯାଜପୁର ଅଞ୍ଚଳର ବୋଲି ଜଣାପଡ଼ିଛି।
Posted inଅପରାଧ, ଆମ ଜିଲା ଖବର, ବାଲେଶ୍ୱର, ରାଜ୍ୟ