ଟିଟିଲାଗଡ଼,୭।୪(ଡି.ଏନ୍.ଏ.): ବଲାଙ୍ଗୀର ଜିଲା ଟିଟିଲାଗଡ଼ସ୍ଥିତ ବ୍ୟାଙ୍କ ସମ୍ମୁଖରୁ ବୁଧବାର ପୂର୍ବାହ୍ନରେ ୧,୫୯,୫୦୦ ଟଙ୍କା ଝାମ୍ପି ନେଇଛନ୍ତି ଲୁଟେରା। ଟିଟିଲାଗଡ଼ ବାସିନ୍ଦା ପ୍ରଦୀପ୍ତ ଜେନା ଟଙ୍କା ବ୍ୟାଗ୍ ଧରି ସ୍ବି ବଜାର ବ୍ରାଞ୍ଚକୁ ଜମା କରିବାକୁ ଯାଉଥିବା ସମୟରେ ଜଣେ ଯୁବକ ବ୍ୟାଗ୍ ଝାମ୍ପି ନେଇ ବାଇକ୍ରେ ପୂର୍ବରୁ ଜଗି ବସିଥିବା ସାଥୀଙ୍କ ସହିତ ଫେରାର ହୋଇଯାଇଥିଲେ। ଘଟଣାସ୍ଥଳରେ ଆଇଆଇସି ରଞ୍ଜନ ବରିହା ପହଞ୍ଚି ନିକଟରେ ଥିବା ସିସିଟିଭି ଯାଞ୍ଚ କରିବା ସହ ଅନୁସନ୍ଧାନ ଜାରି ରଖିଛନ୍ତି।