ଭୁବନେଶ୍ୱର,୧୪ା୩(ବ୍ୟୁରୋ):ରାଜ୍ୟରେ ବାଂଲାଦେଶୀ ଭର୍ତ୍ତି ହୋଇଗଲେଣି। ୧୧ ଜିଲାରେ ୧ ଲକ୍ଷ ୫୭ ହଜାର ୪୩୨ ଜଣ ବାଂଲାଦେଶୀ ଶରଣାର୍ଥୀ ରହୁଛନ୍ତି। ଅନୁଗୋଳ ଜିଲାରେ ୧୫, ବାଲେଶ୍ୱରରେ ୭୫, ଭଦ୍ରକ ୨୦୦, ଯାଜପୁର ୩୭୯, କଳାହାଣ୍ଡି ୯୦, କେନ୍ଦ୍ରାପଡ଼ା ୪୪୧, ଖୋର୍ଦ୍ଧା ୪,୬୫୩, କୋରାପୁଟ ୧୯୪, ମାଲକାନଗିରିରେ ସର୍ବାଧିକ ୧,୦୪,୨୩୩, ନବରଙ୍ଗପୁର ୪୬,୮୪୮ ଓ ରାୟଗଡ଼ାରେ ୩୦୪ ଜଣ ବାଂଲାଦେଶୀ ଶରଣାର୍ଥୀ ରହୁଛନ୍ତି। କେବଳ ସେତିକି ନୁହେଁ, ଓଡ଼ିଶାରେ ସରକାରୀ ଭାବେ ୩,୭୪୦ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀ ରହୁଛନ୍ତି। ସେମାନଙ୍କ ମଧ୍ୟରୁ ବରଗଡ଼ ଜିଲାରେ ୨, ଭଦ୍ରକରେ ୧୯୯, କେନ୍ଦ୍ରାପଡ଼ାରେ ୧,୬୪୯, ଖୋର୍ଦ୍ଧାରେ ୧୭, ଜଗତ୍ସିଂହପୁରରେ ୧,୧୧୨, ମାଲକାନଗିରିରେ ୬୫୫ ଓ ନବରଙ୍ଗପୁରରେ ୧୦୬ ଜଣ ବେଆଇନ ଭାବେ ରହୁଛନ୍ତି। ଭାଜପା ସଭ୍ୟ ସୂର୍ଯ୍ୟବଂଶୀ ସୁରଜଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ସୋମବାର ବିଧାନସଭାରେ ଏହି ସୂଚନା ଦେଇଛନ୍ତି।