Categories: ବାଣିଜ୍ୟ

ବାର୍ଷିକ ଆଧାରରେ ୧.୬ ଗୁଣ ଅଭିବୃଦ୍ଧି

ନୂଆଦିଲ୍ଲୀ,୨୪ା୫: ଦେଶର ପ୍ରମୁଖ ଘରୋଇ ଇ-କମର୍ସ ମାର୍କେଟ ପ୍ଲେସ୍‌ ଫ୍ଲିପ୍‌କାର୍ଟ ନିକଟରେ ଏକ ନୂଆ ମାଇଲଖୁଣ୍ଟ ସହ ଗ୍ରୋସରି ବ୍ୟବସାୟରେ ଉଲ୍ଲେଖନୀୟ ସଫଳତା ପାଇଛି। ଏପରିକି ପ୍ଲାଟ୍‌ଫର୍ମ ବାର୍ଷିକ ଆଧାରରେ ୧.୬ ଗୁଣ ଅଭିବୃଦ୍ଧି ହାସଲ କରିଛି। ଏକ ଗ୍ରାହକ-ପ୍ରଥମ ସଂସ୍ଥା ଭାବେ ଫ୍ଲିପ୍‌କାର୍ଟ ଗ୍ରୋସରି,ସୁଲଭ ମୂଲ୍ୟରେ ସତେଜ ଉପତ୍ାଦ ବ୍ୟବସ୍ଥାକୁ ସୁନିଶ୍ଚିତ କରୁଛି। ଏପରିକି ଉପଭୋକ୍ତାଙ୍କ ବିଶ୍ୱାସକୁ ମଜଭୁତ କରିବା ପାଇଁ ପ୍ଲାଟ୍‌ଫର୍ମର ସମସ୍ତ ଉପତ୍ାଦରେ ଉପତ୍ାଦନ ଓ ଏକ୍ସପାଏରି ତାରିଖ ଉଲ୍ଲେଖ ରହିଛି, ଯାହା ସର୍ବାଧିକ ସ୍ବଚ୍ଛତା ଓ ସତେଜତା ସୁନିଶ୍ଚିତ କରୁଛି।

ସେହିଭଳି ଉଚ୍ଚ ପ୍ରଦର୍ଶନକ୍ଷମ ବର୍ଗଗୁଡିକ ଦୃଷ୍ଟିରୁ ଫ୍ଲିପ୍‌କାର୍ଟ ତେଲ, ଘିଅ, ଅଟା ଏବଂ ଚା’, କଫି, ଡିଟରଜେଣ୍ଟ ଭଳି ଏଫ୍‌ଏମ୍‌ସିଜି ସାମଗ୍ରୀ ଓ ପର୍ସନାଲ କେୟାର ଆଦି ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀଗୁଡିକ କ୍ଷେତ୍ରରେ ୧.୬ଗୁଣ ଅଭିବୃଦ୍ଧି ପରିଲକ୍ଷିତ କରିଛି। ଏପରିକି ପ୍ରିମିୟମ ବର୍ଗଗୁଡିକରେ ଲିକ୍ୱିଡ୍‌ ଡିଟରଜେଣ୍ଟରେ ୧.୮ ଗୁଣ, ଡ୍ରାଏ ଫ୍ରୁଟ୍‌ରେ ୧.୫ ଗୁଣ, ଏନର୍ଜି ଡ୍ରିଙ୍କ୍‌ରେ ୧.୫ ଗୁଣ ବୃଦ୍ଧି ହାସଲ କରିଛି। ଏ ସମ୍ପର୍କରେ ଫ୍ଲିପ୍‌କାର୍ଟର ଗ୍ରୋସରି ବିଭାଗର ମୁଖ୍ୟ, ଉପାଧ୍ୟକ୍ଷ ହରି କୁମାର କହିଛନ୍ତି, ଗ୍ରୋସରି ବର୍ଗରେ ଫ୍ଲିପ୍‌କାର୍ଟର ଅଭିବୃଦ୍ଧି ଉଦୀୟମାନ ବର୍ଗଗୁଡିକ ପାଇଁ ଉଦ୍ଭାବନ ଓ ଗ୍ରାହକ-କୈନ୍ଦ୍ରିକତା ନିର୍ମାଣ କରିବା ପାଇଁ ଆମର ଦୃଢ଼ ପ୍ରତିବଦ୍ଧତାକୁ ପ୍ରତିଫଳନ କରୁଛି ଏବଂ ଉପଭୋକ୍ତାଙ୍କୁ ସେମାନଙ୍କର ଦୈନନ୍ଦିନ ଆବଶ୍ୟକତା ପାଇଁ ଠିକ୍‌ ମୂଲ୍ୟ ଦେଉଛି।

Share