Categories: ଜାତୀୟ

୧.୬୦ କୋଟି ଠକେଇର ଶିକାର: କୋର୍ଟରେ ଫିନାଇଲ୍‌ ପିଇଦେଲେ

ଅହମଦାବାଦ, ୧୬।୬: ଗୁଜରାଟ ହାଇକୋର୍ଟ ପରିସରରେ ୪ ଜଣ ବ୍ୟକ୍ତି ଫିନାଇଲ୍‌ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସେମାନେ ହେଲେ ଜୟଶ୍ରୀ ପାଞ୍ଚାଲ, ଶୈଳେଶ ପାଞ୍ଚାଲ, ହାର୍ଦ୍ଦିକ ପଟେଲ ଏବଂ ମନୋଜ ବୈଷ୍ଣବ।
ଘଟଣାସ୍ଥଳରେ ଉପସ୍ଥିତ ଲୋକ ସେମାନଙ୍କୁ ଉଦ୍ଧର କରି ନିକଟସ୍ଥ ସୋଲା ଡାକ୍ତରଖାନାକୁ ନେଇଥିଲେ। କଲର କୋଅପରେଟିଭ୍‌ ବ୍ୟାଙ୍କର ଜେନେରାଲ ମ୍ୟାନେଜରଙ୍କ ସମେତ ୪ ଜଣଙ୍କ ଦ୍ୱାରା ୧.୬୦ କୋଟି ଟଙ୍କା ଠକେଇର ଶିକାର ହେବା ନେଇ ପାଞ୍ଚାଲ ଦମ୍ପତି କୋର୍ଟରେ ମାମଲା ରୁଜୁ କରିଥିଲେ। ଗୁରୁବାର ବ୍ୟାଙ୍କ କର୍ମଚାରୀଙ୍କ ଆଗୁଆ ଜାମିନ ମଞ୍ଜୁର ହେବା ପରେ ଅଭିଯୋଗକାରୀମାନେ କୋର୍ଟରେ ଫିନାଇଲ ପିଇଥିଲେ।

Share