ପାର୍ବଣ ଋତୁରେ ଭରିଲା ସରକାରଙ୍କ ଭଣ୍ଡାର, ଅକ୍ଟୋବର ମାସରେ ୧.୭୨ ଲକ୍ଷ କୋଟି ଜିଏସଟି ସଂଗ୍ରହ

ନୂଆଦିଲ୍ଲୀ,୧/୧୧: ଅକ୍ଟୋବର ମାସ ପାର୍ବଣ ଋତୁରେ ସରକାର ଭଲ ଜିଏସଟି ସଂଗ୍ରହ କରିଛନ୍ତି। ଅକ୍ଟୋବର ମାସରେ ଜିଏସଟି ସଂଗ୍ରହ ମୋଟ ୧.୭୨ ଲକ୍ଷ କୋଟି ଟଙ୍କା ରହିଛି। ୨୦୧୭ରେ ଜିଏସଟି ଲାଗୁ ହେବା ପରେ ଅକ୍ଟୋବର ମାସରେ ଏହା ଦ୍ୱିତୀୟ ସର୍ବାଧିକ ଅଟେ। ସେହିଭଳି ୨୦୨୨ ଅକ୍ଟୋବର ତୁଳନାରେ ଜିଏସଟି ସଂଗ୍ରହରେ ୧୩ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି।

ବୁଧବାର ଅର୍ଥ ମନ୍ତ୍ରଳାୟ ଅକ୍ଟୋବର ୨୦୨୩ ମାସର ଜିଏସଟି ସଂଗ୍ରହ ତଥ୍ୟ ପ୍ରକାଶ କରିଛନ୍ତି। ତଥ୍ୟ ଅନୁଯାୟୀ ଅକ୍ଟୋବର ମାସରେ ୧,୭୨,୦୦୩ କୋଟି ଜିଏସଟି କଲେକ୍ସନ କରିଛନ୍ତି। ଏଥିରେ ୩୦.୦୬୨ କୋଟି ଟଙ୍କା ସିଜିଏସଟି,୩୮,୧୭୧ କୋଟି ଟଙ୍କା ଏସଜିଏସଟି, ୯୧,୩୧୫ କୋଟି ଟଙ୍କା ଆଇଜିଏସଟି ଏବଂ ୧୨,୪୫୬ କୋଟି ଟଙ୍କା ସେସ୍ ମାଧ୍ୟମରେ ସଂଗ୍ରହ କରାଯାଇଛି। ଅର୍ଥମନ୍ତ୍ରାଳୟ ରିପୋର୍ଟ ଅନୁଯାୟୀ ଆର୍ଥିକ ବର୍ଷ ୨୦୨୩-୨୪ରେ ହାରାହାରି ଜିଏସଟି ସଂଗ୍ରହ ୧.୬୬ କୋଟି ଟଙ୍କା ରହିଛି, ଯାହା ୧୧ ପ୍ରତିଶତ ଅଧିକ ଅଟେ।

Share