୧.୭୫ ଲକ୍ଷ କୋଟିର ବିନିବେଶ ଲକ୍ଷ୍ୟ

ନୂଆଦିଲ୍ଲୀ, ୧।୨: ଚଳିତ ବଜେଟରେ ୧.୭୫ ଲକ୍ଷ କୋଟି ଟଙ୍କାର ବିନିବେଶ ଲକ୍ଷ୍ୟ ରଖାଯାଇଛି। ଏ ସମ୍ପର୍କରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି। ଗତ ବର୍ଷ ତୁଳନାରେ ଏହା ୩୫ ହଜାର କୋଟି ଟଙ୍କା କମ୍‌ ରହିଛି। ଧାର୍ଯ୍ୟ ବିନିବେଶ ଲକ୍ଷ୍ୟ ପୂରଣ ପାଇଁ ସରକାର ବିପିସିଏଲ୍‌, ଏୟାର ଇଣ୍ଡିଆ, କୋନକୋର୍‌, ଏସ୍‌ସିଆଇ ଆଦିରୁ ପୁଞ୍ଜି ପ୍ରତ୍ୟାହାର ପ୍ରସ୍ତାବକୁ ସବୁଜ ସଙ୍କେତ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ସେହିପରି ଏଲ୍‌ଆଇସିର ଆଇପିଓ ଅଣାଯିବାର ଯୋଜନା ରହିଥିବା ଅର୍ଥମନ୍ତ୍ରୀ କହିଛନ୍ତି। ସେହିପରି ଶେୟାର ବଜାରର ସ୍ବାଭାବିକ ସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର କେତେକ ସେଣ୍ଟ୍ରାଲ ପବ୍ଲିକ୍‌ ସେକ୍ଟର ଏଣ୍ଟରପ୍ରାଇଜ୍‌ (ସିପିଏସ୍‌ଇ)ର ଅଂଶଧନକୁ ଅଫର ଫର୍‌ ସେଲ୍‌ (ଓଏଫ୍‌ଏସ୍‌) ମାଧ୍ୟମରେ ବିକ୍ରି କରି ପାରନ୍ତି ବୋଲି କୁହାଯାଉଛି। ଏହା ସହିତ କେତେକ ଘରୋଇକରଣ ପ୍ରକିୟା ମଧ୍ୟ ୨୦୨୨ ସୁଦ୍ଧା ସମ୍ପୂର୍ଣ୍ଣ ହେବାର ସମ୍ଭାବନା ରହିଛି।

Share