Categories: ଜାତୀୟ

୭ ଦେଶ ବୁଲି ୧.୭୯ କୋଟି ଖର୍ଚ୍ଚ କରିଛନ୍ତି ପ୍ରଧାନମନ୍ତ୍ରୀ

ବେଙ୍ଗାଲୁରୁ,୨୪ା୭ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେ’ ଏବଂ ଜୁଲାଇ ମାସରେ ଆମେରିକା, ଫ୍ରାନ୍ସ ସମେତ ୭ ରାଷ୍ଟ୍ର ଗସ୍ତ କରିଥିଲେ। ଏ ବାବଦରେ କେନ୍ଦ୍ର ସରକାର ୧.୭୯ କୋଟି ଟଙ୍କା ବ୍ୟୟ କରିଛନ୍ତି। ବହିର୍ବ୍ୟାପାର ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ମେ’ ୧୯ରୁ ଜୁଲାଇ ୧୫ ମଧ୍ୟରେ ପ୍ରଧାନମନ୍ତ୍ରୀ ଜାପାନ, ପପୁଆ ନିଉଗିନି, ଅଷ୍ଟ୍ରେଲିଆ, ଆମେରିକା, ଇଜିପ୍ଟ, ଫ୍ରାନ୍ସ ଏବଂ ୟୁଏଇ ଗସ୍ତ କରିଥିଲେ।

ଏଥିପାଇଁ ମୋଟ ୧,୭୯,୩୮,୭୧୭ ଟଙ୍କା ଖର୍ଚ୍ଚ ହୋଇଛି। ପ୍ରଧାନମନ୍ତ୍ରୀଙ୍କର ଗସ୍ତର ସମସ୍ତ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରୁଥିବାବେଳେ ଅନ୍ୟ କ୍ୟାବିନେଟ ମନ୍ତ୍ରୀମାନଙ୍କ ଖର୍ଚ୍ଚ ସମ୍ପୃକ୍ତ ମନ୍ତ୍ରଣାଳୟ ବହନ କରିଥାଏ। ଉଚ୍ଚସ୍ତରୀୟ ଗସ୍ତ ଦ୍ୱାରା ବିଦେଶୀ ରାଷ୍ଟ୍ର ସହ ସମ୍ପର୍କ ସୁଦୃଢ଼ କରିବା ସହିତ ଭାରତର ଦ୍ୱିପାକ୍ଷିକ, ଆଞ୍ଚଳିକ ଓ ବୈଶ୍ୱିକ ସ୍ତରରେ ସମ୍ପର୍କ ସୁଦୃଢ଼ ହେଉଥିବା ସରକାର କହିଥାଆନ୍ତି।

Share