ନୂଆଦିଲ୍ଲୀ,୨।୩: ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସ୍ବିଆଇ) ପକ୍ଷରୁ ନିକଟରେ ୧ବିଲିୟନ୍ ଡଲାରର ସିଣ୍ଡିକେଟ୍ ଋଣ ପ୍ରଦାନ କରାଯାଇଛି। ଏସ୍ବିଆଇ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ କାରବାର ବୋଲି କୁହାଯାଉଛି। କାରଣ ଏହା ହେଉଛି ଏସୀୟ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ସର୍ବବୃହତ୍ ଇଏସ୍ଜି ଋଣ ହୋଇଥିବା ବେଳେ ବିଶ୍ୱସ୍ତରରେ ୨ୟ ସର୍ବବୃହତ୍ ସାମାଜିକ ଋଣ ପ୍ରଦାନ ଭାବେ ପରିଗଣିତ ହେଉଛି।
ଏ ସମ୍ପର୍କରେ ଏସ୍ବିଆଇର ଅଧ୍ୟକ୍ଷ ଦୀନେଶ ଖାରା କହିଛନ୍ତି, ଏକ ଦାୟିତ୍ୱବାନ ଅର୍ଥନୈତିକ ସଂସ୍ଥା ଭାବେ ଆମେ ପରିବେଶ,ସାମାଜିକ ଓ ଗଭର୍ନାନ୍ସ (ଇଏସ୍ଜି) ପ୍ରଥାର ଉଚ୍ଚମାନକ ବ୍ୟବସାୟ ପରିଚାଳନା କରିବାକୁ ପ୍ରତିବଦ୍ଧ ରହିଛୁ। ଏପରିକି ଆମର ଦୀର୍ଘମିଆଦୀ ସଫଳତା କେବଳ ବ୍ୟାଙ୍କର ଆର୍ଥିକ ପ୍ରଦର୍ଶନ ଉପରେ ନୁହେଁ ବରଂ ପରିବେଶ, ସମାଜ ଏବଂ ଅଂଶୀଦାରଙ୍କ ଉପରେ ସକାରାତ୍ମକ ପ୍ରଭାବ ପକାଇବା।