ଭୁବନେଶ୍ୱର,୨୬।୮(ବ୍ୟୁରୋ): ରାଜ୍ୟରେ ଆଉ ଜଣଙ୍କ ମୁଣ୍ଡ ନେଲା କରୋନା। ଏନେଇ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୃତକ ଜଣଙ୍କ ହେଲେ ଭୁବନେଶ୍ୱରର ୭୭ ବର୍ଷିୟ ବ୍ୟକ୍ତି। ସେ ଡାଇବେଟିସ ମେଲିଟିସ ରୋଗରେ ପୀଡିତ ଥିଲେ। ଅନ୍ୟପଟେ, ଗତ ୨୪ ଘଣ୍ଟାରେ ରାଜ୍ୟରୁ ୨୬୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।