୧ କୋଟି ନୂଆ ଉଜ୍ୱଳା ସଂଯୋଗ, ସ୍ଥାପିତ ହେବ ୭୫୦ ଏକଲବ୍ୟ ମଡେଲ ସ୍କୁଲ

ନୂଆଦିଲ୍ଲୀ, ୧।୨: ଚଳିତ ବଜେଟରେ ସରକାର ଉଜ୍ୱଳା ଯୋଜନାରେ ୧ କୋଟି ନୂଆ ସଂଯୋଗ ଦିଆଯିବା ନେଇ ଘୋଷଣା କରିଛନ୍ତି। ଆସନ୍ତା ୩ ବର୍ଷରେ ୧୦୦ ଜିଲାରେ ଗ୍ୟାସ୍‌ ପାଇପ୍‌ ଲାଇନ୍‌ ନିର୍ମାଣ କରାଯିବ। ସେହିପରି ପଛୁଆବର୍ଗଙ୍କ ପିଲାଙ୍କ ପାଇଁ ୭୫୦ ଏକଲବ୍ୟ ମଡେଲ ସ୍କୁଲ ସ୍ଥାପନ କରାଯିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ୧୫ ହଜାର ସରକାରୀ ସ୍କୁଲର ପୁନର୍ନିର୍ମାଣ କରାଯିବ। ଉଚ୍ଚଶିକ୍ଷା କ୍ଷେତ୍ରରେ କମିଶନ ଗଠନ କରାଯିବ। ସେହିପରି ଲଦାଖର ଲେହରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ନିର୍ମିତ କରାଯିବ। ଜାତୀୟ ରିସର୍ଚ୍ଚ ଫାଉଣ୍ଡେଶନ ପାଇଁ ୫୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।

Share