ଭୁବନେଶ୍ୱର,୪ା୭(ବ୍ୟୁରୋ): ରାଜ୍ୟରେ ୧ କୋଟି ଲୋକ ପ୍ରଥମ ଡୋଜ ଟିକା ନେଇସାରିଲେଣି। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି। ବର୍ତ୍ତମାନ ରାଜ୍ୟରେ କରୋନାର ଦ୍ୱିତୀୟ ଲହର ଜାରି ରହିଛି। ତୃତୀୟ ଲହର ଆସିପାରେ ବୋଲି ଆଶଙ୍କା କରାଯାଉଛି। ଯେହେତୁ ଏତେ ଲୋକ ଟିକା ନେଇ ସାରିଲେଣି ତେଣୁ ତୃତୀୟ ଲହର ଏତେ ମାରାତ୍ମକ ହେବନି ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମତ ଦିଅନ୍ତି।
ସର୍ବଭାରତୀୟ ଟିକାକରଣ ଆହୁରି ଅଗ୍ରସର ହେଉ। ଓଡ଼ିଶାର ଜନସାଧାରଣଙ୍କ ଯୋଗୁ ଏହା ସମ୍ଭବ ହୋଇଥିବାରୁ ରାଜ୍ୟବାସୀଙ୍କୁ ଏବଂ ସ୍ବାସ୍ଥ୍ୟସେବା କର୍ମଚାରୀମାନଙ୍କୁ ଧନ୍ୟବାଦ ଜଣାଇଛି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।