ରାଜଧାନୀରୁ ୧ କୋଟି ଟଙ୍କାର ଗଞ୍ଜେଇ ଜବତ: ଜଣେ ଗିରଫ

ଭୁବନେଶ୍ୱର,୧୮ା୯(ବ୍ୟୁରୋ): ଭୁବନେଶ୍ୱର ଭରତପୁର ଅଞ୍ଚଳରୁ ଶୁକ୍ରବାର ଭୋର୍‌ରୁ ୯୩ କେଜି ଗଞ୍ଜେଇ ଜବତ କରାଯାଇଛି। ଏହି ଗଞ୍ଜେଇର ଆନୁମାନିକ ମୂଲ୍ୟ ୧ କୋଟିରୁ ଊର୍ଦ୍ଧ୍ୱ ହେବ ବୋଲି ପୋଲିସ କହିଛି।
ପୋଲିସ ସୂଚନାନୁଯାୟୀ, ଆଜି ଭୋର୍‌ରୁ ଭରତପୁର ନିକଟରେ ଏକ ବୋଲେରୋରେ ବିପୁଳ ପରିମାଣର ଗଞ୍ଜେଇ ଚୋରାଚାଲାଣ ହେଉଥିବା ଖବର ମିଳିଥିଲା। ଏହି ଆଧାରରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ତେବେ ଏହି ଚଢ଼ାଉ ସମୟରେ ଉକ୍ତ ବୋଲେରୋରୁ ୯୩ କେଜି ଗଞ୍ଜେଇ ଜବତ କରାଯିବା ସହ ଜଣଙ୍କୁ ଗିରଫ କରାଯାଇଛି।

Share