ନୂଆଦିଲ୍ଲୀ,୧୫।୧୦: ଦଶହରାରେ ଛତିଶଗଡ଼ର ଜାଶପୁର ଜିଲାରୁ ଆସିଛି ଦୁଃଖଦ ଖବର। ମା’ ଦୁର୍ଗାଙ୍କ ଦର୍ଶନ ଲାଗି ଯାଉଥିବା ଶ୍ରଦ୍ଧାଳୁଙ୍କ ଉପରେ ଏକ କାର ମାଡ଼ି ଯାଇଛି। ଏଥିରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୨୦ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ପାଥଲଗାଓଁର ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣା ଉପରେ ଶୋକ ବ୍ୟକ୍ତ କରିଛନ୍ତି ଭୁପେଶ ବଘେଲ।
ଶ୍ରଦ୍ଧାଳୁଙ୍କ ଉପରେ ମାଡ଼ି ଯିବା ମଧ୍ୟ କାର ଚାଳକ ଗାଡ଼ି ରୋକି ନ ଥିଲେ। ସ୍ଥାନୀୟ ଲୋକେ ପିଛା କରିବା ପରେ ଗାଡ଼ିକୁ ଏକ ପରିତ୍ୟକ୍ତ ଅଞ୍ଚଳରେ ଛାଡ଼ି ଦେଇଥିଲେ ଚାଳକ ଫେରାର ହୋଇଥିଲେ। ଉତ୍ତ୍ୟକ୍ତ ଲୋକେ ଗାଡ଼ିକୁ ଜାଳି ଦେଇଥିଲେ। ତେବେ ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇ ଥିବା ଜିଲାର ଏସ୍ପି କହିଛନ୍ତି।