କେନ୍ଦୁଝର,୧୮।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ ଅନ୍ତର୍ଗତ ବାରିଆ ଥାନା ଅଧୀନ ପାହାଡ଼ପୁର ଗ୍ରାମର ସ୍ବର୍ଗତ ଭୀମସେନ ନାୟକଙ୍କ ପୁଅ ବନମାଳୀ ନାୟକ(୪୦) ବୁଧବାର ନିଜ ବାଇକ ଯୋଗେ ବଡ଼ନେଉଳିରୁ ଖୁଦପଶି ଯାଉଥିବା ବେଳେ ଅନ୍ୟ ଏକ ବାଇକ ସହ ଧକ୍କା ହୋଇଥିଲେ। ଏଥିରେ ସେ ଗୁରୁତର ଆହତ ହୋଇ ପଡ଼ିଥିବା ବେଳେ ତାଙ୍କୁ ଉଦ୍ଧାର କରି କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଯିବାରୁ ତାଙ୍କୁ ଶବ ଗୃହରେ ରଖାଯାଇଥିଲା । ଗୁରୁବାର ଶବ ବ୍ୟବଚ୍ଛେଦ ପରେ ପୋଲିସ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।