Categories: ଖେଳ

ପ୍ରମୋଦଙ୍କୁ ୧ ସ୍ବର୍ଣ୍ଣ, ୨ ରୌପ୍ୟ

ଭୁବନେଶ୍ୱର, ୭।୮ (ତପନ ସ୍ବାଇଁ): ଇଂଲଣ୍ଡର ଶେଫିଲ୍ଡଠାରେ ଅନୁଷ୍ଠିତ ଚତୁଃରାଷ୍ଟ୍ରୀୟ ଅନ୍ତର୍ଜାତୀୟ ପାରା ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟରେ ଓଡ଼ିଶାର ପ୍ରମୋଦ ଭଗତ ଗୋଟିଏ ସ୍ବର୍ଣ୍ଣ ଓ ୨ଟି ରୌପ୍ୟ ପଦକ ହାସଲ କରିଛନ୍ତି। ସେ ପୁରୁଷ ଡବଲ୍ସରେ ସ୍ବର୍ଣ୍ଣ ଏବଂ ସିଙ୍ଗଲ୍ସ ଓ ମିକ୍ସଡ ଡବଲ୍ସରେ ରୌପ୍ୟ ପାଇଛନ୍ତି।
ପ୍ରମୋଦ ଓ ସୁକାନ୍ତ କଦମ ଯୋଡି ଡବଲ୍ସ ଫାଇନାଲରେ ନିଜ ଦେଶର ଦୀପ ରଞ୍ଜନ ବିଷୋଇ ଓ ମନୋଜ ସରକାରଙ୍କୁ ସିଧସଳଖ ୧୭-୨୧, ୧୭-୨୧ରେ ପରାସ୍ତ କରିଛନ୍ତି। ଫଳରେ ଓଡ଼ିଶାର ଦୀପ ରଞ୍ଜନ ଓ ମନୋଜ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛନ୍ତି। ମିକ୍ସଡ ଡବଲ୍ସ ଫାଇନାଲରେ
ପ୍ରମୋଦ ଓ ମନିଷା ରାମଦାସ ଯୋଡ଼ି ଇଣ୍ଡୋନେସିଆର ହିକମତ ରାମଦାନି ଓ ଲିଆନି ରାଟ୍ରି ଓକ୍‌ଟିଲାଙ୍କଠାରୁ ୧୭-୨୧, ୧୭-୨୧ରେ ହାରି ଯାଇଛନ୍ତି। ସେହିପରି
ସିଙ୍ଗଲ୍ସ ଫାଇନାଲରେ ପ୍ରମୋଦ ପାରମ୍ପରିକ ପ୍ରତିଦ୍ୱନ୍ଦୀ ଇଂଲଣ୍ଡର ଡାନିଏଲ ବେଥେଲଙ୍କଠାରୁ ୮-୨୧,୧୦-୨୧ରେ ପରାସ୍ତ ହୋଇଛନ୍ତି। ଓଡ଼ିଶାର ଅନ୍ୟ ୨ ଖେଳାଳି ଦିଲେଶ୍ୱର ରାଓ ଓ ଶୁଭ୍ରଜିତ ମହାରଣା ଡବଲ୍ସର ଗ୍ରପ୍‌ ପର୍ଯ୍ୟାୟରୁ ବିଦାୟ ନେଇଥିଲେ। ଓଡ଼ିଶାରୁ ୪ ଖେଳାଳିଙ୍କ ସହିତ କୋଚ୍‌ ଶିବ ପ୍ରସାଦ ଦାସ ଇଂଲଣ୍ଡ ଯାତ୍ରା କରିଥିଲେ।

Share