ପୁଣି ଡରାଇଲା ଉହାନ

ଉହାନ,୨୮।୧: ୨୦୧୯ରେ ଚାଇନାର ଉହାନ ସହରରୁ କରୋନା ଆସି ସାରା ବିଶ୍ୱକୁ ବ୍ୟାପିଥିଲା। ଏବେ ଉହାନ ଲ୍ୟାବ୍‌ର ବୈଜ୍ଞାନିକମାନେ  କରୋନା ଭାଇରସର ନୂଆ ଭାରିଆଣ୍ଟ ନିଓକୋଭ(NeoCoV)କୁ ନେଇ ଭୟାନକ ଖବର ଦେଇଛନ୍ତି। ବୈଜ୍ଞାନିକମାନେ କହିଛନ୍ତି, ଦକ୍ଷିଣ ଆଫ୍ରିକାରେ ‘ନିଓକୋଭ’ ମିଳିଛି। ଏହାର ସଂକ୍ରମଣ ଏବଂ ମୃତ୍ୟୁ ହାର ବହୁତ ଅଧିକ। ‘ନିଓକୋଭ’ରେ ସଂକ୍ରମିତ ପ୍ରତ୍ୟେକ ତିନି ଜଣଙ୍କ ମଧ୍ୟରୁ ଜଣକୁ ମୃତ୍ୟୁ ମଧ୍ୟ ହେଉଛି। ଉହାନର ବୈଜ୍ଞାନିକମାନଙ୍କର ଏହି ଦାବିକୁ ରୁଷିଆ ନ୍ୟୁଜ ଏଜେନ୍ସି ସ୍ପୁଟନିକ୍‌ ପ୍ରକାଶ କରିଛି। କରୋନା ଭୟକୁ ନେଇ ସମଗ୍ର ବିଶ୍ୱ ଭୟଭୀତ ହୋଇସାରିଛି। ଏହାର ଓମିକ୍ରନ ଏବଂ ଡେଲଟା ଭାରିଆଣ୍ଟ ସମଗ୍ର ଦେଶରେ ଆତଙ୍କ ଖେଲାଇଛି। ଏଭଳି ପରିସ୍ଥିତିରେ ‘ନିଓକୋଭ’ ଚିନ୍ତା ବଢାଇପାରେ ବୋଲି ଜଣାପଡିଛି।
ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ ନିଓକୋଭ ଭାଇରସ ନୂଆ ନୁହେଁ, ଏହା ମର୍ସକୋଭ(MERS-CoV) ଭାଇରସ୍‌ ସହ ଜଡିତ। ୨୦୧୨ରେ ଏହା ମଧ୍ୟ ପୂର୍ବ ଦେଶରେ ଦେଖିବାକୁ ମିଳିଛି। ଏହା ସାର୍ସକୋଭ-୨(SARS Cove 2) ସହ ମେଳ ଖାଏ। ଦକ୍ଷିଣ ଆଫ୍ରିକାର ବାଦୁଡିଙ୍କଠାରେ ନିଓକୋଭ ଭାଇରସ ଦେଖିବାକୁ ମିଳିଛି। ରୁଷିଆର ଭାଇରୋଲୋଜି ଏବଂ ବାୟୋଟେକ୍ନୋଲୋଜି ବିଭାଗ ନିଓକୋଭଙ୍କ ସମ୍ପର୍କରେ ଏକ ବିବୃତ୍ତି ଜାରି କରିଛି। ଏଥିରେ କୁହାଯାଇଛି ଯେ ଏବେ ନିଓକୋଭ ମଣିଷ ମଧ୍ୟରେ ସକ୍ରିୟ ଭାବରେ ବିସ୍ତାର କରିବାରେ ସକ୍ଷମ ନୁହଁନ୍ତି।

Share