୧କି.ଗ୍ରା. ବ୍ରାଉନ୍‌ସୁଗାର, ୨୫ଲକ୍ଷ ଜବତ କଲା ଏସ୍‌ଟିଏଫ୍‌

ଜଳେଶ୍ୱର, ୭।୧୦(ଡି.ଏନ.ଏ.): ପଶ୍ଚିମବଙ୍ଗରୁ ବିପୁଳ ପରିମାଣ ବ୍ରାଉନସୁଗାର ବାଲେଶ୍ୱର ଜିଲା ଜଳେଶ୍ୱରକୁ ଚୋରାଚାଲାଣ ହେଉଛି। ପରବର୍ତ୍ତୀ ସମୟରେ ସେଠାରୁ ଅନ୍ୟ ସ୍ଥାନକୁ ଚାଲାଣ ହେଉଛି। ବୁଧବାର ଏସ୍‌ଟିଏଫ୍‌ର ଏକ ଟିମ୍‌ ୬୦ନଂ. ଜାତୀୟ ରାଜପଥ ଜମାଳପୁର ବାଇପାସ୍‌ଠାରେ ଜଣେ ଯୁବକଙ୍କୁ ଗିରଫ କରିବା ସହ ୧ କି.ଗ୍ରା. ବ୍ରାଉନସୁଗାର ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ୧ କୋଟି ହେବ। ଯୁବକଙ୍କ ନିକଟରୁ ନଗଦ ୨୫ଲକ୍ଷ ଟଙ୍କା ଜବତ ହୋଇଛି। ଉକ୍ତ ଯୁବକଙ୍କ ଘର ଜଳେଶ୍ୱର ମ୍ୟୁନିସିପାଲିଟିର ନନ୍ଦିକାଠାରେ। ଏସ୍‌ଟିଏଫ୍‌ କିମ୍ବା ଅବକାରୀ ବିଭାଗ ବ୍ରାଉନସୁଗାର କାରବାରର କିଙ୍ଗ୍‌ପିନ୍‌କୁ ଅଦ୍ୟାବଧି ଧରିପାରିନାହିଁ। କେବଳ ବ୍ୟବସାୟୀ କିମ୍ବା ଡେଲିଭରି ବୟମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି।