ଜଳେଶ୍ବରରୁ ୧ କେଜି ବ୍ରାଉନସୁଗାର ଜବତ, ଜଣେ ଗିରଫ

ବାଲେଶ୍ୱର ଅଫିସ,୧୦।୩: ବାଲେଶ୍ୱର ଜିଲା ଜଳେଶ୍ବର ଥାନା ଅନ୍ତର୍ଗତ ଝାଡ଼େଶ୍ବରପୁର ଅଞ୍ଚଳରୁ ମଙ୍ଗଳବାର ବିଳମ୍ବିତ ରାତିରେ ୧ କେଜି ବ୍ରାଉନ ସୁଗାର ଜବତ ହୋଇଛି। ଘଟଣାରେ ସମ୍ପୃକ୍ତ ଜଣେ ଗିରଫ ହୋଇଛନ୍ତି। ରାତିରେ ଏସ୍‌ଟିଏଫ ଟିମ୍‌ ଚଢ଼ାଉ କରି ବ୍ରାଉନସୁଗାର ଜବତ କରିବା ସହ, ଜଣଙ୍କୁ ଗିରଫ କରିଥିଲା। ଏଥିରେ ଭୁବନେଶ୍ବର ଏସଟିଏଫର ୧୨ ଜଣିଆ ଟିମ ସାମିଲ ହୋଇଥିଲେ ।