Categories: ଜାତୀୟ

କ୍ୱାରାଣ୍ଟାଇନ ସେଣ୍ଟରରେ କିଲୋ ପ୍ରତି ୫୮୦ ଟଙ୍କାରେ କିଣାଯାଇଛି ଟମାଟୋ

କାଙ୍କେର,୩୦।୮: ଛତିଶଗଡ଼ର ଏକ କ୍ୱାରାଣ୍ଟାଇନ ସେଣ୍ଟରରେ ଟମାଟୋ କିଲୋପ୍ରତି ୫୮୦ ଟଙ୍କାରେ କିଣା ଯାଇଥିବା ଜଣାପଡିଛି। କାଙ୍କେର ଜିଲାର କ୍ୱାରାଣ୍ଟାଇନ ସେଣ୍ଟରରେ ଟମାଟୋର ଏହି ମହଙ୍ଗା ଦର ସ୍ଥାନୀୟ ଜନ ପ୍ରତିନିଧିଙ୍କ ଭ୍ରଷ୍ଟାଚାରକୁ ପଦାରେ ପକାଇଛି ବୋଲି କୁହାଯାଉଛି। ତେବେ ଏହି ମାମଲାରେ ସରକାରୀ ଅଧିକାରୀମାନେ ଚୁପ୍‌ ଥିବା କୁହାଯାଉଛି। ସୂଚନାଯୋଗ୍ୟ, ଲକ୍‌ଡାଉନ ସମୟରେ ଏହି କ୍ୱାରାଣ୍ଟାଇନ ସେଣ୍ଟରରେ ଅନ୍ୟ ରାଜ୍ୟରୁ ଆସିଥିବା ଶ୍ରମିକ ଓ ଛାତ୍ରୀଛାତ୍ରଙ୍କୁ ରଖାଯାଇଥିଲା। ଏମାନଙ୍କ ପାଇଁ ଯେଉଁ ଖାଦ୍ୟର ବ୍ୟବସ୍ଥା ସେଠାରେ କରାଯାଇଥିଲା ସେଥିରେ ହୋଇଥିବା ଭ୍ରଷ୍ଟାଚାର ଏବେ ସାମ୍ନାକୁ ଆସିଛି। ଆର୍‌ଟିଆଇରୁ ମିଳିଥିବା ତଥ୍ୟରୁ ଏହାର ସତ୍ୟତା ବିଷୟରେ ଜଣାପଡିଛି। ଯେତେବେଳେ ଟମାଟୋ ଦାମ ବଜାରରେ କିଲୋଗ୍ରାମ ପ୍ରତି ଦର ୨୦ ଟଙ୍କା ଥିଲା ସେତେବେଳେ ଉକ୍ତ କ୍ୱାରାଣ୍ଟାଇନ ସେଣ୍ଟରରେ ଟମାଟୋ କିଲେ ୫୮୦ ଟଙ୍କାରେ କ୍ରୟ କରାଯାଇଛି।

Share