ଡିକି ଭାଙ୍ଗି ୧ ଲକ୍ଷ ୩୬ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଭବାନୀପାଟଣା,୨୮ା୧୨(ସ୍ବ.ପ୍ର.): କଳାହାଣ୍ଡି ଜିଲା ଧର୍ମଗଡ଼ ଚାରିଛକସ୍ଥିତ ଆଲିଶାନ ହୋଟେଲ ସମ୍ମୁଖରୁ ବୁଧବାର ସ୍ପଷ୍ଟ ଦିବାଲୋକରେ ଡିକି ଭାଙ୍ଗି ୧ ଲକ୍ଷ ୩୬ ହଜାର ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ତାରାପୁର ଗ୍ରାମର ଗୁଣଧର ଲହଜଳ ଷ୍ଟେଟ୍‌ ବ୍ୟାଙ୍କରୁ ୧ ଲକ୍ଷ ୩୬ ହଜାର ଟଙ୍କା ଉଠାଇ ଗାଁକୁ ଯିବା ସମୟରେ ଆଲିଶାନ ହୋଟେଲ ସାମ୍ନାରେ ଗାଡ଼ି ରଖି ଠିଆ ହୋଇଥିବା ସମୟରେ ତାଙ୍କୁ ଧକ୍କା ଦେଇ ବାଇକ୍‌ର ଡିକି ଖୋଲି ଟଙ୍କା ନେଇ ଚମ୍ପଟ ମାରିଥିଲେ ଦୁର୍ବୃତ୍ତ। ଖବର ପାଇ ଘଟଣାସ୍ଥଳରେ ଧର୍ମଗଡ଼ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।