ଭୁବନେଶ୍ୱର,୧୮।୧(ବ୍ୟୁରୋ): ରାଜ୍ୟରେ ଗୁରୁବାରଠୁ ପୁଣିଥରେ ମାଗଣାରେ କୋଭିଡ ଟିକାକରଣ କରାଯିବ। ଏଥିପାଇଁ ମଙ୍ଗଳବାର କେନ୍ଦ୍ରରୁ ୧ଲକ୍ଷ ଡୋଜ କୋଭିସିଲଡ୍ ଟିକା ପହଞ୍ଚିଛି। ପ୍ରଥମ ପର୍ଯ୍ୟାୟରେ ଆବଶ୍ୟକତା ଅନୁସାରେ ସମସ୍ତ ଜିଲାକୁ ଟିକା ପଠାଯିବ ବୋଲି ଜଣାପଡିଛି। ଯେଉଁମାନେ ଦ୍ୱିତୀୟ ଡୋଜ ଏବଂ ବୁଷ୍ଟର ଡୋଜ ଟିକା ନେଇନାହାନ୍ତି ସେମାନେ ଜାନୁୟାରୀ ୧୯ରୁ ଆରମ୍ଭ ହେଉଥିବା ଟୀକାକରଣ ଅଭିଯାନରେ ସାମିଲ ହେବାକୁ ସ୍ବାସ୍ଥ୍ୟ ବିଭାଗ ପରାମର୍ଶ କରିଛି।