ପ୍ରଜାକୋର୍ଟରେ ୧ ଲକ୍ଷ ଜରିମାନା

ସଜନାଗଡ଼,୯।୧୦(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ତେଲିପାଳ ପଞ୍ଚାୟତ ପୁଟିବନ୍ଧ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଗୁଣି ଗାରିଡି ସନ୍ଦେହରେ ଜଣେ ବୃଦ୍ଧଙ୍କୁ ଆକ୍ରମଣ କରାଯିବା ସହ ପ୍ରଜାକୋର୍ଟରେ ୧ ଲକ୍ଷ ଟଙ୍କା ଜରିମାନା କରାଯାଇଥିବା ଅଭିଯୋଗ ହୋଇଛି।

ମିଳିଥିବା ସୂଚନା ମୁତାବକ, ଘାସିରାମ ସିଂ (୬୫) ନାମକ ଜଣେ ବୃଦ୍ଧ ଲୋକଙ୍କୁ ଗୁଣି କରୁଥିବା ଗ୍ରାମର କିଛି ଲୋକେ ସନ୍ଦେହ କରି ଆସୁଥିଲେ। ଶନିବାର ଏହା ଉର୍ଗରୂପ ନେଇଥିଲା। ହୁଡିସାହି ଏବଂ ପୁଟୀବନ୍ଧ ଗ୍ରାମର ୨୦୦ରୁ ଊର୍ଦ୍ଧ୍ୱ ଲୋକ ପ୍ରଜାକୋର୍ଟ କରିଥିଲେ। କୋର୍ଟରେ ଘାସିରାମଙ୍କ ପରିବାର ଲୋକଙ୍କୁ ଆକ୍ରମଣ କରାଯାଇଥିଲା। ଏପରିକି କୋର୍ଟରେ ଘାସିରାମଙ୍କୁ ୧ଲକ୍ଷେ ଟଙ୍କା ଜରିମାନା କରାଯାଇଥିଲା। ଏନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ପୋଲିସ ଓଆଇସି ହେମନ୍ତ ମାଝି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଗ୍ରାମବାସୀ ଓ ଆକ୍ରମଣରେ ସମ୍ମୁଖୀନ ହୋଇଥିବା ପରିବାର ଲୋକଙ୍କ ସହ ଆଲୋଚନା କରିଥିଲେ। ଉଭୟ ପକ୍ଷଙ୍କୁ ବରହମପୁର ଥାନାକୁ ଡକାଯାଇଥିଲା। ଆକ୍ରମଣରେ ଶିକାର ହୋଇଥିବା ପରିବାର ଲୋକେ ଥାନାରେ ଏକ ଅଭିଯୋଗ କରିଛନ୍ତି।

Share