ଝରକା ଭାଙ୍ଗି ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା, ରୁପା ଅଳଙ୍କାର

ନିରାକାରପୁର,୫।୭(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଅନ୍ତର୍ଗତ ନିରାକାରପୁର ସାହି ରେ ରହିଥିବା ଜୈନିକ ବୃଦ୍ଧ ଦମ୍ପତି ଙ୍କ ଘରୁ ଦୃବୃର୍ତ୍ତମାନେ ଲକ୍ଷାଧିକ ଟଙ୍କାର ସୁନା, ରୁପା ଅଳଙ୍କାର ସହିତ ନଗଦ ଟଙ୍କା ଚୋରେଇ ନେଇଥିବା ଥାନାରେ ଅଭିଯୋଗ ହୋଇଛି। ତେବେ ବୃଦ୍ଧ ଦମ୍ପତି ଘରେ ଶୋଇଥିବା ବେଳେ ପାଖ ରୁମ୍‌ର ଝରକା ଭାଙ୍ଗି ଦୃବୃର୍ତ୍ତମାନେ ଘର ଭିତରେ ପଶିଥିଲେ। ଭିତରେ ପଶି ଆଲମିରା ଭାଙ୍ଗିବା ସହ ଲକ୍ଷାଧିକ ଟଙ୍କାର ରୁପା ସୁନା ଅଳଙ୍କାର ସହିତ ନଗଦ ଟଙ୍କା ମଧ୍ୟ୍ୟ ଚୋରି କରିଛନ୍ତି। ତେବେ ନିରାକାରପୁରରେ ଏଭଳି ଘଟଣା ବାରମ୍ବାର ଘଟୁଥିଲେ ମଧ୍ୟ୍ୟ ପୋଲିସ ଏହାକୁ ଗୁରୁତ୍ୱ ଦେଉ ନ ଥିବା ଫଳରେ ଚୋରି ସଂଖ୍ୟା ବଢ଼ିବାରେ ଲାଗିଛି।