ବ୍ରହ୍ମପୁର,୩୦।୧୨(ସୁବାସ ଚନ୍ଦ୍ର ପାଢ଼ୀ): କ୍ରିପ୍ଟୋ କରେନ୍ସି ନାଁରେ ବ୍ରହ୍ମପୁରର ଜଣେ ଯୁବକଙ୍କଠାରୁ ଟଙ୍କା ଠକେଇ ହୋଇଛି। ସାଇବର ଠକ ପ୍ରାୟ ୧ ଲକ୍ଷ ଟଙ୍କା ଠକି ନେଇଥିବା ବୈଦ୍ୟନାଥପୁର ଥାନାରେ ଅଭିଯୋଗ ହୋଇଛି ।
ବ୍ରହ୍ମପୁର ହାତୀବନ୍ଧ ସାହିର ଜଣେ ଯୁବକ କ୍ରିପ୍ଟୋ କରେନ୍ସି ଇନଭେଷ୍ଟ ବିଷୟରେ ଜାଣିବାକୁ ପାଇଥିଲେ। ଏହାପରେ ତାଙ୍କ ନିକଟକୁ ଜଣେ ବ୍ୟକ୍ତି ଫୋନ କରି ‘ୟୁ-କଏନ’ ନାମକ ଏକ ଆପ୍ରେ କ୍ରିପ୍ଟୋ କରେନ୍ସିଂ ଟ୍ରେଡିଂ କରିବାକୁ ପରାମର୍ଶ ଦେଇଥିଲେ । ସେହି ବ୍ୟକ୍ତିଙ୍କ କହିବା ଅନୁସାରେ ଯୁବକ ଜଣକ ଫୋନ ପେ’ ଜରିଆରେ ପ୍ରାୟ ୧ ଲକ୍ଷ ଟଙ୍କା ନିବେଶ କରିଥିଲେ । ହେଲେ ପରବର୍ତ୍ତୀ ସମୟରେ ସେ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ଘଟଣାକୁ ନେଇ ଯୁବକ ଜଣଙ୍କ ପ୍ରଥମେ ସାଇବର ଥାନାରେ ଅଭିଯୋଗ କରିଥିଲେ । ପରେ ବ୍ରହ୍ମପୁର ଏସପିଙ୍କୁ ସାକ୍ଷାତ କରିବା ସହ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ନଂ.୬୦୬/୨୪ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।