ମାସେ ବଢ଼ିଲା ପୁରୀ ସ୍ବର୍ଗଦ୍ୱାର କଟକଣା

ପୁରୀ ଅଫିସ,୧ା୯: ମହାମାରୀ କରୋନା ସଂକ୍ରମଣକୁ ନଜରରେ ରଖି ସ୍ବର୍ଗଦ୍ୱାରରେ ପୁରୀ ଜିଲା ବାହାର ମୃତଦେହ ଦାହ ଉପରେ କଟକଣା ଲଗାଯାଇଛି । ଗତ ଜୁଲାଇ ୭ ତାରିଖରୁ ପୁରୀ ଜିଲା ବାହାର ମୃତଦେହ ସ୍ବର୍ଗଦ୍ୱାରରେ ଦାହ କରାଯାଇପାରିବ ନାହିଁ ବୋଲି କଟକଣା ଲଗାଯାଇଥିଲା । ରାଜ୍ୟ ସରକାରଙ୍କ ଅନ୍‌ଲକ-୪ ପରେ ଜିଲା ପ୍ରଶାସନ ଏହି କଟକଣାକୁ ପୁଣି ମାସେ ବଢ଼ାଇ ଦେଇଛନ୍ତି । ଅର୍ଥାତ୍‌ ସେପ୍ଟେମ୍ବଭ କେବଳ ପୁରୀ ଜିଲାବାସୀ ସ୍ବର୍ଗଦ୍ୱାରରେ ଦାହ ସଂସ୍କାର କରିପାରିବେ । ରାଜ୍ୟ ସରକାରଙ୍କ କୋଭିଡ୍‌ କଟକଣା ମାନି ଦାହ ସଂସ୍କାର କରାଯାଇ ପାରିବ ବୋଲି ଜିଲା ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

Share