Categories: ଜାତୀୟ

ଭାଜପା ଏମ୍‌ପି, ବିଧାୟକଙ୍କ ଘର ଆଗରେ ବସିବେ ଚାଷୀ

ଗାଜିଆବାଦ,୪।୬: କୃଷି ଆଇନ ବିରୋଧରେ ଆନ୍ଦୋଳନ ଚଳାଇଥିବା ଚାଷୀ ସଂଗଠନ ପକ୍ଷରୁ ଶନିବାର ଦେଶବ୍ୟାପୀ ଭାଜପା ଏମ୍‌ପି ଏବଂ ବିଧାୟକଙ୍କ ଘର ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯିବ। କେନ୍ଦ୍ର ସରକାର କୃଷି ଅଧ୍ୟାଦେଶ ଆଣିବାର ଏକ ବର୍ଷ ପୂର୍ତ୍ତି ଅବସରରେ ଏଭଳି ବିକ୍ଷୋଭ ପ୍ରଦର୍ଶନ କରିବା ସହ କୃଷି ଆଇନର ନକଲ ପୋଡା ଯିବ ବୋଲି ବିକେୟୁ ଗଣମାଧ୍ୟମ ପ୍ରଭାରୀ ଧର୍ମେନ୍ଦ୍ର ମଲିକ କହିଛନ୍ତି। ଯେଉଁ ଜିଲାରେ ଭାଜପା ଏମ୍‌ପି କିମ୍ବା ବିଧାୟକ ନାହାନ୍ତି, ସେଠାରେ ଜିଲାପାଳଙ୍କ ଅଫିସ୍‌ ଆଗରେ ବସିବେ ଚାଷୀମାନେ।

କେନ୍ଦ୍ର ସରକାରଙ୍କ କୃଷି ଆଇନ ପ୍ରତ୍ୟାହାର ଦାବିରେ ଚାଷୀ ସଂଗଠନଗୁଡ଼ିକ ଗତ ବର୍ଷ ନଭେମ୍ବରରୁ ଦିଲ୍ଲୀ ସୀମାରେ ଆନ୍ଦୋଳନ ଚଳାଇ ଆସୁଛନ୍ତି। ଏନେଇ ସରକାରଙ୍କ ସହ କୃଷକ ସଂଗଠନ ପକ୍ଷରୁ ବାରମ୍ବାର ଆଲୋଚନା ହୋଇଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇପାରି ନାହିଁ।

Share