Categories: ବାଣିଜ୍ୟ

ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ନେଟ ଲାଭରେ ୧୦.୯% ବୃଦ୍ଧି

ଭୁବନେଶ୍ୱର,୨୦।୧: ଭାରତର ସର୍ବବୃହତ ଘରୋଇ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ଼ ପକ୍ଷରୁ ଚଳିତ ଆର୍ଥତ୍କ ବର୍ଷର ତୃତୀୟ ତ୍ରୈମାସିକ ଆର୍ଥତ୍କ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ୨୨୩ ଅକ୍ଟୋବରରୁ ଡିସେମ୍ବର ତ୍ରୈ ମାସରେ କମ୍ପାନୀର ନେଟ ଲାଭ ପୂର୍ବ ବର୍ଷ ସମାନ ଅବଧି ତୁଳନାରେ ୧୦.୯% ବୃଦ୍ଧି ପାଇଛି ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ବିଶେଷ କରି କମ୍ପାନୀର ତୈଳ ବ୍ୟବସାୟ କ୍ଷେତ୍ରରେ ପଡିଥିବା ପ୍ରଭାବ ଆୟ ଉପରେ ପୂର୍ବ ନିର୍ଦ୍ଧାରିତ ମେଣ୍ଟେନାନ୍ସ (ରକ୍ଷଣାବେକ୍ଷଣ) କାର୍ଯ୍ୟ ପାଇଁ ହୋଇଥିବା ହ୍ରାସର ପ୍ରଭାବ ରିଟେଲ ଏବଂ ଟେଲିକମ ବ୍ୟବସାୟର ସ୍ଥିର ପ୍ରଦର୍ଶନ ବଳରେ ଭରଣା ହୋଇପାରିଛି। ଏପରିକି ୨୦୨୩ଅକ୍ଟୋବରରୁ ଡିସେମ୍ବର ତ୍ରୈମାସରେ କମ୍ପାନୀର ନେଟ ଲାଭ ପୂର୍ବ ବର୍ଷ ସମାନ ଅବଧି ତୁଳନାରେ ୧୦.୯% ବୃଦ୍ଧି ପାଇ ୧୯,୬୪୧ କୋଟି ଟଙ୍କା ହୋଇଥିବା କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି। ଗତ ଆର୍ଥତ୍କ ବର୍ଷର ସମାନ ତ୍ରୈମାସରେ କମ୍ପାନୀର ନେଟ ଲାଭ ୧୭,୭୦୬ କୋଟି ଟଙ୍କା ରହିଥିଲା। ଚଳିତ ଆର୍ଥତ୍କ ବର୍ଷର ତୃତୀୟ ତ୍ରୟମାସରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମୋଟ ଆୟ ପୂର୍ବ ବର୍ଷ ତୁଳନାରେ ୩.୨% ବୃଦ୍ଧି ସହିତ ୨.୪୮ଲକ୍ଷ କୋଟି ରହିଥିବା କମ୍ପାନୀ ପକ୍ଷରୁ କୁହାଯାଇଛି। ଏହି ଅବଧିରେ ରିଲାଏନ୍ସ ରିଟେଲର ନେଟ ଲାଭ ପୂର୍ବ ବର୍ଷ ତୁଳନାରେ ୩୧.୯% ବୃଦ୍ଧି ପାଇ ୩୧୬୫ କୋଟି ଟଙ୍କା ହୋଇଥିବା ବେଳେ ତ୍ରୈମାସିକ ରାଜସ୍ବ ୨୨.୮% ବୃଦ୍ଧି ପାଇ ରେକର୍ଡ ୮୩୦୮୩ କୋଟି ଟଙ୍କା ହୋଇଛି।

Share