ନୂଆଦିଲ୍ଲୀ ,୨୦।୧୨ : ଗତ ୫ ଆର୍ଥତ୍କ ବର୍ଷରେ ବିଭିନ୍ନ ବ୍ୟବସାୟିକ ବ୍ୟାଙ୍କର ୧୦.୦୯ ଲକ୍ଷ କୋଟି ଟଙ୍କାର ଋଣ ଅନାଦେୟ ରହିଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ ସୋମବାର ଲୋକ ସଭାକୁ କହିଛନ୍ତି। ଋଣଗ୍ରହୀତାମାନଙ୍କଠାରୁ ଅସୁଲି ଲାଗି କ୍ରମାଗତ ପ୍ରକ୍ରିୟା ଜାରି ରହିଛି। ଅନାଦେୟ ଋଣ ସମେତ ଏନ୍ପିଏ (ଅଣକାର୍ଯ୍ୟକାରୀ ପୁଞ୍ଜି) ଅସୁଲ କରିବା ଏକ ଧାରାବାହିକ ପ୍ରକ୍ରିୟା। ଭାରତର ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ତଥ୍ୟ ଅନୁଯାୟୀ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ୨୦୧୭-୨୨ ଆର୍ଥିକ ବର୍ଷରେ ୪,୮୦,୧୧୧ କୋଟି ଟଙ୍କା ଅସୁଲ କରିଥିବାବେଳେ ସେଥିରୁ ପରିଶୋଧ ସମ୍ଭାବନା ନ ଥିବା ଋଣ (ରିଟିନ୍ ଅଫ୍ ଲୋନ୍) ପରିମାଣ ୧,୦୩,୦୪୫ କୋଟି ଟଙ୍କା। ଆର୍ବିଆଇ ତଥ୍ୟ ଅନୁଯାୟୀ ୫ ଆର୍ଥିକ ବର୍ଷରେ ବ୍ୟବସାୟିକ ବ୍ୟାଙ୍କଗୁଡ଼ିକ ମୋଟ ୧୦,୦୯, ୫୧୧ କୋଟି ଟଙ୍କାର ଋଣକୁ ରିଟିନ୍ ଅଫ୍ କରିଛନ୍ତି। ତେବେ ସେହି ଋଣଗ୍ରହୀତାମାନେ ଉକ୍ତ ଋଣ ପରିଶୋଧ କରିବା ଲାଗି ଉତ୍ତରଦାୟୀ ଏବଂ ଅସୁଲି ପ୍ରକ୍ରିୟା ଜାରି ରହଥିବା ଅର୍ଥମନ୍ତ୍ରୀ ଗୃହକୁ ଜଣାଇଛନ୍ତି।