ଇ-କମର୍ସ କମ୍ପାନୀ ଆମାଜନର ସିଇଓ ଜେଫ୍ ବେଜୋସ୍ଙ୍କ ଅର୍ଥ ନିବେଶ ଥିବା ଆର୍ଥ ଫଣ୍ଡ ଜଳବାୟୁ ପରିବର୍ତ୍ତନ ତଥା ପରିବେଶ ସୁରକ୍ଷା ପାଇଁ ୧୦ ବିଲିୟନ ଡଲାର ଖର୍ଚ୍ଚ କରିବ। ୨୦୩୦ ସୁଦ୍ଧା ଏହି ଅର୍ଥ ବିନିଯୋଗ କରାଯିବାକୁ ଯୋଜନା ଥିବା ଆର୍ଥ ଫଣ୍ଡ ସିଇଓ ଆଣ୍ଡ୍ର୍ୟୁ ଷ୍ଟିର୍ କହିଛନ୍ତି। ବୈଜ୍ଞାନିକ, ସାମାଜିକ ସଙ୍ଗଠନ, ଘରୋଇ ସେକ୍ଟରରେ ଆର୍ଥ ଫଣ୍ଡର ଅର୍ଥ ଲଗାଯାଇ ନୂଆ ଟେକ୍ନୋଲୋଜି ବ୍ୟବହାର ସହ ଓ କିଛି ନୀତିରେ ପରିବର୍ତ୍ତନ ଅଣାଯିବ। ଯଦି ସୃଜନଶୀଳ, ବୁଦ୍ଧିମାନ ଉପାୟରେ ଏହି ପାଣ୍ଠିର ଉପଯୋଗ କରାଯାଏ ତେବେ କ୍ଷତିକାରକ ପରିବର୍ତ୍ତନ ଉପରେ ରୋକ ଲଗାଯାଇପାରିବ ବୋଲି ଷ୍ଟିର୍ କହିଛନ୍ତି।