ଝାଡ଼ାବାନ୍ତିରେ ୧୦ ଆକ୍ରାନ୍ତ

କଟକ,୨୪।୧: କଟକ ଜିଲା ଆଠଗଡ଼ ବ୍ଲକ ଅନ୍ତର୍ଗତ ବାଉଁଶଟାଙ୍ଗର ଗାଁରେ ଝାଡ଼ାବାନ୍ତି ବ୍ୟାପିଛି। ଗାଁର ୧୦ ଜଣରୁ ଅଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ଶିଶୁ ଥିବା ଜଣାପଡ଼ିଛି।
ତେବେ କେଉଁ କାରଣ ଯୋଗୁ ଝାଡ଼ାବାନ୍ତି ବ୍ୟାପିଛି ତାହାର କାରଣ ସ୍ପଷ୍ଟ ହୋଇନାହିଁ।